ବନ୍ଦ ହେବ ଟିକଟିକ୍ !

0
380

ତାମିଲନାଡୁ : ଦେଶର ଲୋକପ୍ରିୟ ଆପ୍  ଟିକଟିକ୍  ଏବେ ବନ୍ଦ ହେବାକୁ ଯାଉଛି ମାତ୍ର ୬ ମାସରୁ ୭ ମାସ ଭିତରେ ଏହି ଆପ୍ ୧୦୦ ମିଲିଅନ ରୁ ଅଧିକ ୟୁଜର୍ସ ଅର୍ଜନ କରିସାରିଛି | ବିଶେଷକରି ଯୁବପିଢିଙ୍କ ନିକଟରେ ଏହି ଆପ୍ ର ଚାହିଦା ବଢ଼ିବାରେ ଲାଗିଛି | କିନ୍ତୁ ଏବେ ସଂସ୍କୃତିକୁ ବିପନ୍ନ କରିଥିବା ଅଭିଯୋଗରେ ତାମିଲନାଡୁରେ  ଟିକଟିକ୍  ମୋବାଇଲ ଆପକୁ ନିଷିଦ୍ଧ କରାଯିବ । ଯାହାକି ଆଜି ବିଧାନସଭାରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଏମ୍ ମନିକନ୍ଦମ୍ ସୂଚନା ଦେଇଛନ୍ତି । ଏହା ସହିତ ସାରା ଦେଶରେ ଏହି ଆପକୁ ବନ୍ଦ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଟିକଟିକ୍ ଭିଡିଓରେ ଯୁବପିଢିମାନେ ବିଶେଷ ଭାବେ ପ୍ରଭାବିତ ହେଉଥିବା ବେଳେ ସମାଜରେ ଏହାର କୁପ୍ରଭାବ ପଡୁଥିବାର ଦେଖିବାକୁ ମିଳୁଛି । ଏହା ସହିତ ଆଇନଶୃଙ୍ଖଳା ପରିସ୍ଥିତ ଓ ସଂସ୍କୃତି ବିପନ୍ନ ହେଉଥିବାର ଅଭିଯୋଗ ହେଉଛି |

LEAVE A REPLY

Please enter your comment!
Please enter your name here