ଷ୍ଟାଇଲ ମାରୁଛି ଯାଜପୁର ରୋଡ ଆଦର୍ଶ ଥାନା ପୋଲିସ

0
4059

 

ଯାଜପୁର ରୋଡ : ( ଚନ୍ଦ୍ରକାନ୍ତ ପତି ) ହେଲମେଟ୍ ପିନ୍ଧିବା କଣ କେବେଳ ସାଧାରଣ ଲୋକଙ୍କ ପାଇଁ ଅନିର୍ବାଯ୍ୟ ? ନା ପୋଲିସ ପାଇଁ ମଧ୍ୟ ସମାନ ନିୟମ ? ତେବେ କାହିଁକି ଆଇନର ରକ୍ଷକ ମାନେ ଆଇନ୍କୁ ଉଲଙ୍ଘନ କରୁଥିବାର ସବୁବେଳେ ନଜରକୁ ଆସେ ? କାହିଁକି ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଏନାହିଁ ପ୍ରଶାସନ ? ନା ଆମେ ଭାବିବାକୁ ବାଧ୍ୟ ହେବୁ କେବଳ ଆଇନର ରକ୍ଷକ ହିଁ ଆଇନ୍କୁ ଭାଙ୍ଗିବାର ଅଧିକାର ପାଇଛନ୍ତି | ଆମେ କହୁଛୁ ଫୋଟୋରେ ଥିବା ଏ ମହାଶୟ ଜଣକ କଥା ଯାଜପୁର ରୋଡର ଜଣେ ପୋଲିସ କନେଷ୍ଟବଳ କାର୍ଯ୍ୟରତ ଅବସ୍ଥାରେ ବର୍ଦିରେ ଥାଇ ଖୋଲାଖୋଲି ଭାବରେ ଆଇନ୍କୁ ଉଲଙ୍ଘନ କରୁଛନ୍ତି | ଆରଟିଓ ନିୟମ ଅନୁଯାଇ ବାବୁଙ୍କ ଗାଡ଼ିରେ ନମ୍ବର ପ୍ଲେଟ ମଧ୍ୟ ସଠିକ ଭାବରେ ଲେଖା ହୋଇନାହିଁ ଏକଥା ବାବୁଙ୍କର ମଧ୍ୟ ଜ୍ଞାନ ନଥିବା ପରି ମାନେ ହୁଏ | ଯଦି ଜଣେ ସାଧାରଣ ଲୋକ ଭୁଲ ବଶତଃ ହେଲମେଟ୍ ନଆଣି ରାସ୍ତାରେ ଯାଉଛି ତାକୁ ମାଡିବସି ଆଇନ କାନୁନ୍ ର ପାଠ ପଢାଇବା ସହିତ ବିନା ରସିଦ୍ରେ
ଫାଇନ ଆଦାୟ କରୁଥିବା ଉପରିସ୍ଥ ପୋଲିସ ଅଧିକାରୀଙ୍କ ଆଖିରେ କଣ ଏସବୁ ପଡୁନାହିଁ ? ଏସବୁ ପରେ ମାନନୀୟଙ୍କୁ ତାଗିତ କରିବକି ଯାଜପୁର ରୋଡ ପୋଲିସ ? ରାସ୍ତାରେ ଯିବା ସମୟରେ ବିନା ହେଲମେଟ୍ ରେ ଗାଡି ଚଳାଇବା ଏକ ଅପରାଧ କହିଲେ ଅତୁକ୍ତି ହେବନାହିଁ | ବିନା ହେଲମେଟ୍ ରେ ଗାଡି ଚଳାଇବା ଚାଳକଙ୍କୁ ଦଣ୍ଡ ଦେବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ | କିନ୍ତୁ ଏହା ସମସ୍ତଙ୍କ ପାଇଁ ସମାନ ହେବା ଅତ୍ୟନ୍ତ ଜରୁରୀ | ବହୁତ ସମୟରେ ଯାଜପୁର ରୋଡରେ ହେଲମେଟ୍ ଯାଞ୍ଚ ସମୟରେ କିଛି କନେଷ୍ଟବଳ ଓ ଜଣେ ଏସଆଇ ନିଜ ସମ୍ପର୍କୀୟ ଓ କୁଜି ନେତାଙ୍କୁ ଛାଡି କେବଳ ଅଜଣା ଲୋକଙ୍କ ପାଖରୁ ଫାଇନ ଆଦାୟ କରୁଥିବା ନେଇ ଅଭିଯୋଗ ହେଉଛି | ଅଥଚ ଏ କଥାର ସତ୍ୟତା ଏ ପର୍ଯ୍ୟନ୍ତ କିଛି ଜଣାପଡିନାହିଁ | ଏ ଖବର ପଢ଼ିବା ପରେ ଉକ୍ତ କନେଷ୍ଟବଳ ଓ ସମସ୍ତ ବିନା ହେଲମେଟ୍ କାରୀଙ୍କ ବିରୁଦ୍ଧରେ ସମାନ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶା କରୁଛୁ |

LEAVE A REPLY

Please enter your comment!
Please enter your name here