ଅସାମାଜିକ ଯୁବକଙ୍କ ଆକ୍ରୋଶର ଶିକାର ହେଲେ ଛାତ୍ରୀ ବେଲ୍ଟରେ ପିଟିପିଟି କଲେ ଲହୁଲୁହାଣ

0
48

ଭୁବନେଶ୍ବର: ସୋମବାର ରାତିରେ ସିନେମା ଦେଖି ଫେରୁଥିବା ଜନୈକ ଛାତ୍ରୀ ଅସାମାଜିକ ଯୁବକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଯୁବକ ଜଣକ ଛାତ୍ରୀଙ୍କୁ ବେଲ୍ଟରେ ପିଟିପିଟି ଲହୁଲୁହାଣ କରିଥିବା ଜଣାପଡ଼ିଛି। ଦୀର୍ଘ ୨୦ ମିନିଟ୍‌ ଧରି ଏହି ଯୁବକ ଜଣକ ରାସ୍ତା ଉପରେ ଏହି କାଣ୍ଡ ଭିଆଇଥିଲେ ମଧ୍ୟ ଖାରବେଳନଗର ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପାରି ନ ଥିଲା, ଯାହାକି ପୋଲିସ୍‌ର ପାରିବାପଣିଆ ଉପରେ ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି | ଏଠାରେ ସୂଚନା ଯୋଗ୍ୟ ଦୁଇଦିନ ତଳେ
ମହାରାଜା ହଲ୍‌ରେ ମହିଳାଙ୍କୁ ଅସଦାଚରଣ ବିରୋଧରେ ସ୍ବର ଉଠାଇବାରୁ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା |

ସୂଚନା ମୁତାବକ ସୋମବାର ସିନେମା ଦେଖିବାକୁ କେଶରୀ ହଲ୍‌ ଯାଇଥିଲେ ଓୟୁଏଟିର ୩ ଜଣ ଛାତ୍ରୀ। ସିନେମା ଦେଖିସାରି ରାତି ପ୍ରାୟ ସାଢ଼େ ୯ଟା ବେଳେ ସେମାନେ ଷ୍ଟାଣ୍ଡରୁ ଗାଡ଼ି ବାହାର କରୁଥିବା ବେଳେ ସେଠାରେ ସୁଜନ ସାହୁ ନାମକ ଜନୈକ ଯୁବକ ସେମାନଙ୍କୁ ଧକ୍କା ଦେଇଥିଲା। ଏହାକୁ କୃଷି ସ୍ନାତକ ବିଭାଗର ତୃତୀୟ ବର୍ଷରେ ପଢ଼ୁଥିବା ଜନୈକା ଛାତ୍ରୀ ବିରୋଧ କରିବାରୁ ସୁଜନ ତାଙ୍କୁ ଆକ୍ରମଣ କରିଥିଲା। ରାସ୍ତା ଉପରେ ଛାତ୍ରୀଙ୍କୁ ବେଲ୍ଟରେ ପିଟି ଚାଲିଥିଲା ସୁଜନ। ଏହି ଘଟଣାକୁ ସିନେମା ହଲ୍‌ ଓ ଗାଡ଼ି ଷ୍ଟାଣ୍ଡ କର୍ମଚାରୀମାନେ ଦେଖୁଥିଲେ ମଧ୍ୟ କେହି ଏହାର ବିରୋଧ କରି ନ ଥିଲେ। ପରେ ସେଠାରେ ଲୋକମାନେ ରୁଣ୍ଡ ହୋଇ ସୁଜନକୁ କାବୁ କରିଥିଲେ। ଏହାପରେ ପୋଲିସ୍‌ ପହଞ୍ଚି ସୁଜନକୁ ଗିରଫ କରିଥିଲା। ସୁଜନର ଘର ଡୁମୁଡ଼ୁମା ଅଞ୍ଚଳରେ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here