ଆଜି ବିଧାନସଭା ସ୍ୱାଧୀକାର କମିଟି ଆଗରେ ହାଜର ହୋଇ ପାରନ୍ତି ଜାଗି ପଣ୍ଡା!

0
155

ଭୁବନେଶ୍ୱର: ବିଧାନସଭାରୁ ଗତ ନଭେମ୍ବର ୧୯ ତାରିଖରେ ଓଟିଭିରେ ଏକ ବିଧାନସଭା ସଂପର୍କିତ ଖବର ପ୍ରସାରଣ କରାଯାଇଥିଲା | ଏହି ଖବର ବିଧାନସଭାର ଅପମାନ କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଏହି ଖବର ଗୃହର ସ୍ୱାଧୀକାର ଭଙ୍ଗ କରିଛି ଅଭିଯୋଗ ହେବ ସହିତ ବିଧାନସଭା ସ୍ୱାଧୀକାର କମିଟି ଆଗରେ ହାଜର ହେବାକୁ ଓଡ଼ିଶା ଟେଲିଭିଜନ ଲିମିଟେଡ ପରିଚାଳନା ନିଦେ୍ର୍ଧଶିକା ଜାଗି ମଙ୍ଗତ ପଣ୍ଡାଙ୍କୁ ଆଜି ହଜାର ହେବାକୁ ନୋଟିସ କରାଯାଇଥିଲା | ଏଠାରେ ସୂଚନାଯୋଗ୍ୟ ଗତବର୍ଷ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ । ଏଥିପାଇଁ କମିଟି ଜାନୁଆରୀ ୨୮ କିମ୍ବା ତା’ ପୂର୍ବରୁ ହାଜର ହେବାକୁ ନୋଟିସ ଦେଇଥିଲେ । ଆଜି ବାଚସ୍ପତିଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିପାରନ୍ତି ଜାଗିମଙ୍ଗତ ପଣ୍ଡା ବୋଲି ଖବର ମିଳିଛି |

LEAVE A REPLY

Please enter your comment!
Please enter your name here