ଯୁବତୀଙ୍କ ହାତରେ ଏକେ-୪7

0
165

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପାଇଁ ଗୃହ ବିଭାଗ ପକ୍ଷରୁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡୀ କରାଯିବାକୁ ନିର୍ଦ୍ଦେଶ ଥିବା ବେଳେ କମିଶନରେଟ ପୋଲିସରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ ପରେ ଜଣେ ଯୁବତୀଙ୍କ ହାତରେ ବନ୍ଧୁକ ଦେଖିବାକୁ ମିଳିଥିଲା। ହେଲେ ଏ କୌଣସି ସାଧାରଣ ବନ୍ଧୁକ ନଥିଲା। ଯୁବତୀଙ୍କ ହାତରେ ଏକେ-୪7 ବନ୍ଧୁକ ରହିଥିଲା। ଯୁବତୀଙ୍କ ହାତକୁ କିଭଳି ବନ୍ଧୁକ ଆସିଲା ତାହା ସମସ୍ତଙ୍କୁ ଚକିତ କରିଥିଲା। ସେଠାରେ ଏକାଧିକ ପୋଲିସ ଉପସ୍ଥିତ ଥିଲେ ମଧ୍ୟ କେହି କିଛି କହି ନଥିଲେ। ଏନେଇ ବରିଷ୍ଟ ଅଧିକାରୀ ମୁହଁ ଖୋଲିନଥିଲେ ମଧ୍ୟ ପୋଲିସର ଢ଼ିଲା ସୁରକ୍ଷା ପଦାରେ ପଡିଛି। ଜଣେ ପୋଲିସ କର୍ମଚାରୀ ତାଙ୍କ୍ ସମ୍ପର୍କୀୟ ଯୁବତୀଙ୍କୁ ଏହି ବନ୍ଧୁକ ଧରାଇ ଫଟୋ ଉଠାଇବା କୁ ସୁଯୋଗ ଦେଇଥିଲେ ବୋଲି ଚର୍ଚ୍ଚା ହେଉଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରକାଶ ଯେ, ରାଜ୍ୟପାଳ ଗଣେସି ଲାଲ ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବା ପରେ ଚାଲି ଯାଇଥିଲେ। ଏହା ପରେ ଭିଆଇପି ସିଟ ପଛପଟେ ଜଣେ ଯୁବତୀଙ୍କ ହାତରେ ବନ୍ଧୁକ ଦେଖିବାକୁ ମିଳିଥିଲା। ଯୁବତୀ ଜଣକ ନିଜ ମୁହଁରେ କପଡା ବାନ୍ଧିଥିଲେ। ଯୁବତୀ ଜଣକ ବନ୍ଧୁକକୁ ଧରେ କାନ୍ଧରେ ପକେଇ ଦେଖୁଥିଲେ। ତାଙ୍କ ନିକଟରେ ଜଣେ ପୋଲିସ ଆଫିସର ତାଙ୍କୁ ବନ୍ଧୁକ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here