ସରକାରୀ ବସରେ ଯ।ତ୍ରୀ ସିଟରେ ଅବକାରୀ

0
47

ଭୁବନେଶ୍ୱର: ଆୟକର ବିଭାଗ ଓ ଜିଏସଟି ଟିମ ̈ ଚଢ଼ାଉ କରି ଦୁଇଟି  ବସରୁ  ୪୫  ବସ୍ତା  ଖୁଚୁରା  କଏନ  ଜବତ କରିବା  ଘଟଣାକୁ  ଗୋଟିଏ  ସପ୍ତାହ ନ  ପୁରୁଣୁ ସରକାରୀ ବସରୁ ୩୬ ବସ୍ତା ଗୁଟଖା ଜବତ ହେବା ଘଟଣା  ରାଜଧାନୀରେ  ଆଲୋଡନ  ସୃଷ୍ଟି  କରିଛି  । ବେଶ୍  କିଛିବର୍ଷ  ହେବ  ରାଜ୍ୟରେ  ଗୁଟ୍ଖାକୁ  ସମ୍ପୂର୍ଣ୍ଣଭାବେ ବ୍ୟାନ୍ କରିଛନ୍ତି ରାଜ୍ୟ ସରକାର । ଏଥିପ୍ରତି ପ୍ରଶାସନିକ  ଅଧିକାରୀଙ୍କର  ତିଳେ  ହେଲେ  ନିଘାନାହିଁ ।  ଏସବୁ  ମଧ୍ୟରେ  ରାଜ୍ୟ  ସରକାରଙ୍କ ଓଏସ୍ଆରଟିସି  ବସ୍(ଓଡ଼ି  ୦୨ଏଚ୍୨୧୭୧)ରେ ବେଆଇନ  ଗୁଟ୍ଖା  ଚାଲାଣ  ବେଳେ ରାଜଧାନୀର  ବାଣିଜ୍ୟକର  ବିଭାଗ  ପକ୍ଷରୁ  ଚଢ଼ାଉ କରାଯାଇ ବିପୁଳ ପରିମାଣର ଗୁଟଖା ଜବତ କରି  ବସ୍ଟିକୁ  ଜବତ  କରାଯାଇଛି ।  ବସ୍ଟି ବହ୍ମପୁରରୁ  କଟକ  ଅଭିମୁଖେ  ଯାଉଥିଲା ।  ବସ୍ରେ୩୬  ପ୍ୟାକେଟ୍  ଅର୍ଥାତ୍  ପ୍ରାୟ  ୭  ଲକ୍ଷରୁ  ଊଦ୍ଧ୍ୱର୍ ଟଙ୍କାର  ଗୁଟ୍ଖା  ବେଆଇନ  ଭାବେ  ଚାଲାଣ ହେଉଥିବା ଜଣାପଡ଼ିଛି । ଉକ୍ତ ବସ୍ରେ ପୂର୍ବରୁ ମଧ୍ୟ ବହୁବାର  ଏପରି  ବେଆଇନ  ଗୁଟ୍ଖା  ଚାଲାଣ ହେଉଥିଲା  ବୋଲି  ବସ୍ର  କଣ୍ଡକ୍ଟର  ସୂଚନା ଦେଇଛନ୍ତି । ତେବେ ବହ୍ମପୁରରେ ତାଙ୍କ ବସ୍କୁ ଏହି ମାଲ୍ ଦେଉଥିବା ଲୋକେ ଏହା ଗୁଟ୍ଖା ନୁହେଁ ବରଂ ପାନ୍ ମସଲା ବୋଲି କହିଥାନ୍ତି ବୋଲି ବସ୍ କଣ୍ଡକ୍ଟର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ପ୍ରତ୍ୟେକ ବସ୍ତା ପିଛା ବସ୍ କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ୬୦ଟଙ୍କା ଲେଖାଏଁ  ଦିଆଯାଇଥାଏ  ବୋଲି  ଜଣାପଡ଼ିଛି । ସୂଚନାଯୋଗ୍ୟ  ଯେ,  ସହୀଦନଗର  ଥାନା ନିକଟସ୍ଥ  ବାଣିଜ୍ୟକର  ବିଭାଗର  ଅଧିକାରୀମାନେ ମଙ୍ଗଳବାର  ଭୋରରୁ  ଏକ  ସରକାରୀ  ବସ୍ରେ ବେଆଇନ ଗୁଟୁଖା ଚାଲାଣ ହେଉଥିବା ନେଇ ଖବର ପାଇଥିଲେ ।  ତେବେ  ସକରାରୀ  ବସ୍ରେ  ଏତେ ପରିମାଣରେ  ପାନ ମସଲା  ପରିବହନ  ହେଉଥିଲେ ମଧ୍ୟ  ଏଥିପାଇଁ  ଆବଶ୍ୟକୀୟ  କାଗଜପତ୍ର  ନଥିଲା ।  ବସ୍ରେ  ମଧ୍ୟ  ମାତ୍ର  ୨୦ରୁ  ୨୫  ଜଣଯାତ୍ରୀ  ଥିଲେ ।  ପରେ  ଭୋର  ପ୍ରାୟ  ୫ଟାସମୟରେ       ବାଣିଜ୍ୟକର       ବିଭାଗର ଅଧିକାରୀମାନେ ବସ୍ଟିକୁ ଆଚାର୍ଯ୍ୟ ବିହାର ଛକ ନିକଟରେ  ଅଟକାଇଥିଲେ ।  ପରେ  ବସ୍ରୁ ଯାତ୍ରୀଙ୍କୁ  ଓହ୍ଲାଇବା  ପରେ  ଗାଡ଼ିରେ  ପରିବହନ ହେଉଥିବା   ଗୁଟୁଖା   ସମ୍ପର୍କରେ   ପଚାରି ବୁଝିଥିଲେ ।  ପରେ  ଏହା  ବେଆଇନ  ଓ  ଏନେଇ କିଛି  କାଗଜପତ୍ର  ନ  ଥିବା  ଜାଣି  ଏହାକୁ ବାଣିଜ୍ୟକର  ମୁଖ୍ୟ  କାର୍ଯ୍ୟାଳୟକୁ  ଆଣିଥିଲେ । ପରେ  ବସ୍ର  ସମସ୍ତ  କାଗଜପତ୍ର  ଯାଂଚ  ପରେଏହା  ବେଆଇନ  ବୋଲି  ଜଣାପଡ଼ିଥିଲା  ବୋଲିଯୁଗ୍ମ  ଆୟୁକ୍ତ  ବାଣିଜ୍ୟକର  ବିଭାଗ  ପର୍ଶୁରାମ କହଁର    ସୂଚନା    ଦେଇଛନ୍ତି ।    ଏନେଇ ଓଏସ୍ଆରଟିସି  ବିଭାଗକୁ  ଏକ  ନୋଟିସ ଦିଆଯିବ ।  ଏଥିସହ  ବେଆଇନ  ଭାବେ  ବିନାକାଗଜପତ୍ରରେ ଏହି ମାଲ୍ ପରିବହନ ହେଉଥିବାରୁଏଥି ନିମନ୍ତେ ଜୋରିମାନା ମଧ୍ୟ ଆଦାୟ କରାଯିବବୋଲି  କହଁର  ସୂଚନା  ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here