ରାଜନୀତିରେ ପ୍ରିୟଙ୍କା ଗାନ୍ଧୀ

0
43

ନୂଆଦିଲ୍ଲୀ: ରାଜନୀତିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରବେଶ କରିବେ କି ନାହିଁ, ତାହାକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଆଜି ଅନ୍ତ ଘଟିଛି। ଔପଚାରିକ ଭାବେ ପ୍ରିୟଙ୍କା ଆଜି ରାଜନୀତିରେ ପାଦ ଥାପିଛନ୍ତି। ତାଙ୍କୁ ଉତ୍ତର ପ୍ରଦେଶ ପୂର୍ବ ପାଇଁ ଏଆଇସିସି (ସର୍ବଭାରତୀୟ କଂଗ୍ରେସ କମିଟି) ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରିୟଙ୍କାଙ୍କ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ନିଯୁକ୍ତିକୁ ମଞ୍ଜୁରି ଦେବା ପରେ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ଫେବ୍ରୁଆରି ପ୍ରଥମ ସପ୍ତାହରେ ପ୍ରିୟଙ୍କା‌ ଦାୟିତ୍ବ ଗ୍ରହଣ କରିବେ।ଲୋକସଭା ନିର୍ବାଚନ ପାଇଁ ଦଳଗୁଡ଼ିକ ୮୦ ଆସନବିଶିଷ୍ଟ ଉତ୍ତର ପ୍ରଦେଶକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ କଂଗ୍ରେସ ବଡ଼ ବାଜି ମାରିବାକୁ ଯୋଜନା କରିଛି। ଏଥିପାଇଁ ପ୍ରଥମ ଥର ଲାଗି ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜନୀତି‌େର ସାମିଲ କରିବାକୁ ନି‌ଷ୍ପତ୍ତି ନିଆଯାଇଛି। କୌଣସିମତେ କଂଗ୍ରେସ ଏଥର ଉତ୍ତର ପ୍ରଦେଶରେ ଅଧିକ ଆସନ ପାଇବାକୁ ସବୁ ବଳ ଲଗାଇଦେବ। ତେବେ ପ୍ରିୟଙ୍କାଙ୍କୁ ପୂର୍ବ ୟୁପିରେ ଦାୟିତ୍ୱ ଦିଆଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟକ୍କର ଦେବେ। ପୂର୍ବ ୟୁପିରେ ଆଦିତ୍ୟନାଥଙ୍କ ଦବ୍‌ଦବା ରହିଥିବାରୁ ପ୍ରିୟଙ୍କାଙ୍କୁ ଏଠାରେ ଦାୟିତ୍ୱ ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here