ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା

0
57

ବ୍ରହ୍ମପୁର : ବ୍ରହ୍ମପୁରରେ ଜଣେ ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଛି । ଆସ୍କାର ଏକ ଜଙ୍ଗଲ ଭିତରୁ ମିଳିଛି ଆନ୍ଧ୍ର ବ୍ୟାଙ୍କ୍ କ୍ୟାସିୟରଙ୍କ ମୃତଦେହ । ମୃତ କ୍ୟାସିୟର ଜଣଙ୍କ ଧରାକୋଟ ଥାନା ମୁଣ୍ଡମରାଇ ଗାଁର ବିନାୟକ ବେହେରା ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଛତ୍ରପୁର ଅଞ୍ଚଳର ବିନାୟକ ବେହେରା (୨୭ ବର୍ଷ) ନାମକ ଜଣେ ଯୁବକ ଧରାକୋଟ୍ ଥାନା ଅନ୍ତର୍ଗତ ମୁଣ୍ଡମରେଇସ୍ଥିତ ଆନ୍ଧ୍ରା ବ୍ୟାଙ୍କରେ କ୍ୟାସିୟର ଥିଲେ। ଆଜି ସକାଳୁ ମୁଣ୍ଡମରେଇ ପାହାଡ଼ ନିକଟରେ ବିନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ଅତି ବୀଭତ୍ସଭାବେ ହତ୍ୟା କରାଯାଇଛି।

LEAVE A REPLY

Please enter your comment!
Please enter your name here