ବଢିଲା ଅଙ୍ଗନବାଡି କର୍ମୀ ଓ ହେଲପରଙ୍କ ଦରମା ଓ ଅବସର ବୟସ ସୀମା

0
89

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରା ଭଣ୍ଡାର ଖୋଲି ଦେଇଛନ୍ତି । ଏବେ ବିଶେଷ କରି ମହିଳାମାନଙ୍କ ପାଇଁ ନୀବନଙ୍କ ଭଣ୍ଡାର ଉନ୍ମୁକ୍ତ ରହିଛି । ଅଙ୍ଗନବାଡି କର୍ମୀଙ୍କ ପାଇଁ ଆଜି ବଡ ଘୋଷଣା କରିଛନ୍ତି । ସେମାନଙ୍କ ଦରମା ବୃଦ୍ଧି, ଆର୍ଥିକ ସହାୟତ, ବୟସ ସୀମା ବୃଦ୍ଧି ଓ ଖରାଛୁଟିର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାର ଟଙ୍କାରୁ ୭୫୦୦ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ମୁତାବକ, ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୪ ହଜାର୧୨୫ ଟଙ୍କାରୁ ୫ ହଜାର ୩୭୫ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଙ୍ଗନବାଡ଼ି ହେଲପରଙ୍କ ଦରମା ୩ ହଜାରରୁ ୩୭୫୦ଟଙ୍କାକୁ ବୃଦ୍ଧି କରାଯାଇଛି। ଅଙ୍ଗନବାଡ଼ି କର୍ମୀଙ୍କ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଙ୍ଗନବାଡ଼ି କର୍ମୀ ଓ ହେଲପରଙ୍କୁ ୧୫ ଦିନ ଖରାଛୁଟି ମିଳିବ। ଅବସର ପରେ ଅଙ୍ଗନବାଡ଼ି କର୍ମୀ, ହେଲପରଙ୍କୁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ।

LEAVE A REPLY

Please enter your comment!
Please enter your name here