ପିପିଲି ଗଣଦୁଷ୍କର୍ମ ପୀଡିତା ବେବିନା ଙ୍କୁ ନ୍ୟାୟ ଦାବୀରେ ଘଟଗାଁ ବିଜେପି ମହିଳା ମୋର୍ଚ୍ଚା ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା

0
60

 

ଘଟଗାଁ ( ରୁଦ୍ର ପ୍ରସାଦ ବେହେରା ) ରାଜ୍ୟ ର ବହୁ ଚର୍ଚ୍ଚିତ ପିପିଲ ଗଣଦୁଷ୍କର୍ମ ଶିକାର ହୋଇଥିବା ବେବିନା ଙ୍କୁ ନ୍ୟାୟ ଓ ସମ୍ପୁର୍କ୍ତ ଦୋଷୀ ଉଚିତ ଦଣ୍ଡ ବିଧାନ ଦାବୀ ରେ ଘଟଗାଁ ବ୍ଲକ ବିଜେପି ମହିଳା ମୋର୍ଚ୍ଚା ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ବିଜେପି ନେତ୍ରୀ ମମତା ସିଂ ଙ୍କ ମେତୃତ୍ବ ରେ ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ ଗଦାଧରପୁର ଶନି ମନ୍ଦିର ରୁ ବାହାରି ଘଟଗାଁ ମା” ତାରିଣୀ ଙ୍କ ମନ୍ଦିର ସମ୍ମୁଖ ରେ ପିଡିତା ଙ୍କୁ ନ୍ୟାୟ ଦାବୀ ରେ ସମୂହ କ୍ୟାଣ୍ଡେଲ ପ୍ରଜ୍ୱଳନ କରିଥିଲେ । ଏହି ଶୋଭାଯାତ୍ରା ରେ ଜିଲା ମହିଳା ମୋର୍ଚ୍ଚା ସମ୍ପାଦିକା ପୁଷ୍ପଲତା ରାଉତ , ମନୋରମା ନାଏକ , ଦୁର୍ଗା ଖଣ୍ଡା , ଗୌରୀ ନାଏକ , ପୁଷ୍ପଲତା ନାଏକ , ପଦ୍ମାବତୀ ନାଏକ ଙ୍କ ସହ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଘଟଗାଁ ସଭାପତି ସତ୍ୟମ ଦେହୁରୀ ବରିଷ୍ଠ ବିଜେପି ନେତା ଜଗବନ୍ଧୁ ସା, ମଣ୍ଡଳ ଉପସଭାପତି ଗୋଲକ ବଳ ଓ ସାଧାରଣ ସମ୍ପାଦକ ମନୋରଞ୍ଜନ ବେହେରା ପ୍ରମୁଖ ଏହି ଶୋଭାଯାତ୍ରା ରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here