ପିପିଲିରେ ଫୁଟିଲ। ଗୁଳି

0
43

ଭୁବନେଶ୍ୱର:ପୁରୀ ପାରା ଅତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସାହୁ ଆଲିଆସ ଜଗା ପୁଲିସ୍ ର ,ନକାଉଂଟରରେ ଆହତ ହୋଇଛି । ମିଳିଥିବାା ତାଜା ସୂଚନା ଅନୁସାରେ ଭୋର ପ୍ରାୟ ୫ ଟା ବେଳେ ପିପିଲି ଜଟଣୀ ରାସ୍ତାର ବାରିମୂଳ ଛକରେ ଏହି ଏନକାଉଂଟର ହୋଇଛି । ତାର ଡ଼ାହାଣ ଗୋଡ଼ରେ ଗୁଳି ବାଜିଛି । ଜଗା ପୁରୀ ପାରା ଅତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ । କୁମ୍ଭରପଡ଼ା ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି ।
ଗତକାଲି ପୁରୀ ଏସପି ଙ୍କ ନିର୍ଦ୍ଧେଶରେ ଏକ ସ୍ୱତନ୍ତ୍ର ଟମ୍ ଗଠନ କରାଯାଇ ଜଗାକୁ ଧରିବା ପାଇଁ ତା ଉପରେ ନଜର ରଖାଯାଇଥିଲା । ଭୋର ପ୍ରାୟ ୫ ଟା ବେଳେ ପିପିଲି – ଜଟଣୀ ରାସ୍ତାର ବାରିମୂଳ ଛକ ନିକଟରେ ଜଗା ଓ ପୋଲିସ୍ ମୁହାଁ ମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ଗୁଳି ଚାଳନା ହୋଇଥିଲା । ତେବେ ପୋଲିସ୍ ଗୁଳିରେ ଜଗା ଆହତ ହୋଇଥିଲା । ତାକୁ ପ୍ରଥମେ ପିପିଲି ହସପିଟାଲରେ ଭର୍ତି କରାଯାଇଥିବାବେଳେ ପରେ ତାକୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଜଗା ସୁସ୍ଥ ହେଲେ ତାକୁ ଜେରା କରାଯିବ । ଜଗା ନିକଟରୁ ପିସ୍ତଲ , ୨ ଟି ଜୀବନ୍ତ ଗୁଳି ଓ ଏକ ବାଇକ୍  ଜବତ ହୋଇଛି । ପୁରୀ ଅବକାଶ ଲେନ୍ ରେ ଆହତ ଜଗାର ଘର ।

LEAVE A REPLY

Please enter your comment!
Please enter your name here