ନୂଆ ପଦବୀକୁ ଗ୍ରହଣ ନକରି ଇସ୍ତଫା ଦେଲେ ଆଲୋକ ବର୍ମା

0
35

ନୂଆଦିଲ୍ଲୀ: ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମା ଇସ୍ତଫା ଦେଇଛନ୍ତି। ତାଙ୍କୁ ଫାୟାର ଆଣ୍ଡ ସେଫ୍ଟି ପବଦୀ ମିଳିଥିଲେ ସୁଦ୍ଧା ସେ ଏହାକୁ ଗ୍ରହଣ ନ କରି ନିଜ ଚାକିରିରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ତାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇ ଦିଆଯାଇ ବଦଳି କରାଯିବା ସହ ଫାୟାର ଆଣ୍ଡ ସେଫ୍ଟି  ଡିଜି ପଦବି ଦିଆଯାଇଥିଲା। ହେଲେ ସେ ଏହାକୁ ଗ୍ରହଣ କରି ନ ଥିଲେ। ସିବିଆଇ ମୁଖ୍ୟ ଥିବା ଆଲୋକ ବର୍ମାଙ୍କୁ ପଦରୁ ହଟାଇବା ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ସୁପ୍ରିମେକୋର୍ଟ  ମଙ୍ଗଳବାର ରଦ୍ଦ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଯୋଗୁ କେନ୍ଦ୍ର ସରକାରଙ୍କୁ ଝଟକାା ଲାଗିଥିଲା। ଆଲୋକଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରି ଛୁଟିରେ ଯିବାକୁ ବାଧ୍ୟ କରାଯାଉଥିବା ଘଟଣାକୁ କୋର୍ଟ ଆଇନର ଉଲ୍ଲଂଘନ ବୋଲି କହିଥିଲେ

LEAVE A REPLY

Please enter your comment!
Please enter your name here