ଅବକାରୀ ବିଭାଗର ଅଧିକାରୀଙ୍କୁ ଅଟକ ରଖିଲେ ଗ୍ର।ମବ।ସୀ

0
20

ବାଲେଶ୍ୱର,: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ଝାଡେଶ୍ୱରପୁର ବସ୍ତିକୁ ଚଢଉ ପାଇଁ ଯାଇଥିବା ସମୟରେ ଅବକାରୀ ବିଭାଗର କର୍ମଚାରୀମାନେ ଅଭାବନୀୟ ପରିସ୍ଥିତି ର ସାମ୍ନା କରିଛନ୍ତି। ସେମାନେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଗ୍ରାମବାସୀମାନେ ଅବକାରୀ ବିଭାଗର ଜଣେ ଏଏସ୍‌ଆଇଙ୍କ ସହ ୪ ଜଣ କର୍ମଚାରୀଙ୍କୁ ଅଟକ ରଖିବା ପରେ ପୋଲିସ ପହଁଚି ଅବକାରୀ ଟିମ୍ ସଦସ୍ୟ ମାନଙ୍କୁ ଉଦ୍ଧାର କରିଛି। ଝାଡେଶ୍ୱର ଗ୍ରାମର ସେକ୍‌ ମନୁଆ ବେଆଇନ ବ୍ରାଉନସୁଗାରର କାରବାର କରୁଥିବା ଖବର ପାଇ କଟକ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ଉ କରିଥିଲା । ଏଥିରେ ଜଣେ ମହିଳା ଏଏସ୍‌ଆଇ ମଧ୍ୟ ସାମିଲ ଥିଲେ । କିନ୍ତୁ ଗ୍ରାମବାସୀମାନେ ଟିମ୍‌କୁ ବିରୋଧ କରିଥିଲେ । ଏଏସ୍‌ଆଇଙ୍କ ସହ ୪ ଜଣ କର୍ମଚାରୀଙ୍କୁ ଗାଁ ଲୋକ ଅଟକ ରଖିଥିଲେ । ଉତ୍ୟକ୍ତ ଗ୍ରାମବାସୀମାନେ ଅବକାରୀ ବିଭାଗର ଗାଡି ଚାବି ଛଡାଇ ନେଇ ଯାଇଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here