ଜେରକ୍ସ ଫର୍ମରେ କରିହେବ କାଳିଆ ଯୋଜନା ଆବେଦନ

0
39

ଭୁବନେଶ୍ୱର: କାଳିଆ ଯୋଜନା ନିମନ୍ତେ ଜେରକ୍ସ ଫର୍ମରେ ମଧ୍ୟ ଆବେଦନ କରାଯାଇପାରିବ । ସୁଯୋଗ । ଆଜି ଏହା କହିଛନ୍ତି କୃଷି ଏବଂ କୃଷକ ସଶକ୍ତକରଣ ସଚିବ ସୌରଭ ଗର୍ଗ । ସେ କହିଛନ୍ତି ଯେ, ଜେରକ୍ସ ଫର୍ମରେ ମଧ୍ୟ କାଳିଆ ଯୋଜନାରେ ପଞ୍ଜିକରଣ କରାଯାଇପାରିବ । ପ୍ରଥମ ପର୍ଯ୍ୟାୟ ଆବେଦନର ଶେଷ ତାରିଖ ଜାନୁଆରୀ ୧୫ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅବେଦନ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ଫେବୃଆରୀ ୫ ଯାଏଁ ଚାଲିବ । ନାଲି ଏବଂ ନୀଳ ରଙ୍ଗ ଫର୍ମର କଳାବଜାରୀ ଅଭିଯୋଗ ଆସିବା ପରେ ଏହି ନିଷ୍କର୍ଷ ବାହାର କରାଯାଇଥିବା ସଚିବ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here