ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତ ରେ ମହିଳା ଙ୍କୁ ଆକ୍ରମଣ ଘଟଣା , ମହିଳାଙ୍କ ଅବସ୍ଥା ଗୁରୁତର , ଥାନା ରେ ମାମଲା ରୁଜୁ

0
142

ଘଟଗାଁ ( ରୁଦ୍ର ପ୍ରସାଦ ବେହେରା ) ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତ ରେ ଜଣେ ମହିଳା ଙ୍କୁ ହୋଇଥିବା ଅମାନୁଷିକ ଆକ୍ରମଣ ରେ ଘଟଣା ରେ ମହିଳା ଙ୍କ ଅବସ୍ଥା ଗୁରୁତର ଥିବା ଜାଣିବାକୁ ମିଳିଛି । ଏ ଘଟଣା ନେଇ ଥାନା ରେ ଆକ୍ରମଣକାରୀ ଙ୍କ ବିରୁଦ୍ଧ ରେ ପରିବାର ପକ୍ଷରୁ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ବିଜୁ ଯୁବ ବାହିନୀ ଦ୍ୱାରା ରାସନ ସାମଗ୍ରୀ ବଣ୍ଟନ କରାଯାଉଥିବା କାରଣ ରୁ ଏଭଳି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୁକ୍ତାପୁର ପଞ୍ଚାୟତ ର ନାଏବ ସରପଞ୍ଚ ଭୀମସେନ ବେହେରା ମହିଳା ଙ୍କୁ ଘୋଷାଡ଼ି ଧକ୍କା ମାରି କଚାଡି ଦେଇଥିବା ବେଳେ ଅନ୍ୟ ମାନଙ୍କୁ ଉସୁକାଇ ମାଡ଼ ମାରିବାକୁ କହିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୁକ୍ତାପୁର ପଞ୍ଚାୟତ ର ଦୂତି ନାୟକ ସ୍ୱା- ଦାଶରଥି ନାୟକ , ସୂର୍ଯ୍ୟ ନାୟକ ସ୍ୱା-ରତ୍ନା ନାୟକ , ଗହ୍ମା ନାୟକ ପି-ରତ୍ନା ନାୟକ , ବୁଲୁ ନାୟକ ପି- ବିଦ୍ୟାଧର ନାୟକ ସା-ରାମଚନ୍ଦ୍ରପୁର ଥାନା – ଘଟଗାଁ ଙ୍କ ପ୍ରମୁଖ ଙ୍କ ନାଁ ରେ ଅଭିଯୋଗ ହେଇଥିବା ଜାଣିବାକୁ ମିଳିଛି। ଯୋଗାଣ ସହାୟକ ଓ ପିଇଓ ନୀଳମଣି ଜେନା ପଞ୍ଚାୟତ କୁ ଆସୁ ନଥିବା ବେଳେ ବଣ୍ଟନ ପ୍ରକ୍ରିୟା ଚାଲି ଆସୁଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କ ରେ ବିଡ଼ିଓ ଙ୍କୁ ପଚାରିବାରୁ , ସେ ଏ ସମ୍ପର୍କ ରେ କିଛି ଜାଣିନଥିବା କହିଛନ୍ତି । ବ୍ଲକ ପ୍ରଶାସନ ର ଏଭଳି ଦାୟିତ୍ବହୀନ ମନ୍ତବ୍ୟ କୁ ସ୍ଥାନୀୟ ବିଜେପି ନେତା ଅମର ସିଂ ଏବଂ କଂଗ୍ରେସ ର ଘଟଗାଁ ଜୋନ ସଭାପତି ଦିଲ୍ଲୀପ ବଳ ଦୃଢ ନିନ୍ଦା କରିଛନ୍ତି । ତୁରନ୍ତ ମହିଳାଙ୍କୁ ନ୍ୟାୟ ପ୍ରଦାନ ସହ ପଞ୍ଚାୟତ ମଧ୍ୟ ରେ ଅନୁପସ୍ଥିତ ଥିବା କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତରେ ମହିଳା ଙ୍କୁ ଆକ୍ରମଣ ଘଟଣା , ମହିଳାଙ୍କ ଅବସ୍ଥା ଗୁରୁତର

ସିମ। ଲଙ୍ଘିଲ। ଅମ।ନୁସିକତ। ର।ସନ ଚ।ଉଳ ମ।ଗିବ।ରୁ ମହିଳାଙ୍କୁ ଗୋଡେଇ ତୋଡେଇ ମ।ରିଲେ ।

Posted by Odisha Reader on Thursday, January 10, 2019

LEAVE A REPLY

Please enter your comment!
Please enter your name here