ଆଜିଠାରୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା

0
25

ବରଗଡ:  ଶୁକ୍ରବାର ଠାରୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ଆରମ୍ଭ ହେବାକୁ ଯାଉଛି ।  ଆଜିଠାରୁ ପ୍ରାୟ ୧୧ ଦିନ ପର୍ଯ୍ୟନ୍ତ କଂସର ବରଗଡରେ ରାଜୁତି ଚାଲିବ । ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ

ବରଗଡ ସହର ଅପୂର୍ବ ରୂପରେ ସଜ ହୋଇଛି । ଆଜି ଅପରାହ୍ନ ୨ ଟାରେ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ସମସ୍ତ କଳାକାର ସାଂସ୍କୃତିକ ଶୋଭାଯାତ୍ରାରେ ରାଜଦରବାରରେ ପହଞ୍ଚିବେ । ସଂଧ୍ୟାରେ ସାଂସଦ, ସ୍ଥାନୀୟ ବିଧାୟକ ଓ ଜିଲାପାଳଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉଦଘାଟନୀ ସଂଧ୍ୟାରେ ରାଜକୀୟ ଆଡମ୍ବରରେ ଦେବକୀ-ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ ଏବଂ ଦେବକୀ-ବସୁଦେବଙ୍କୁ କାରାଗାର ପ୍ରେରଣ ଦୃଶ୍ୟ ଅଭିନୀତ ହେବ । ଏଥିରେ ଦେଶ ବିଦେଶର ବହୁ ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ନାଚଗୀତ ମଧ୍ୟ ମଞ୍ଚସ୍ଥ ହେବାର କାର୍ୟ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here