ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଲେ ଆଲୋକ ବର୍ମା

0
18

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ ନୂଆମୋଡ ନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ଚୟନକମିଟି ଶ୍ରୀ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ବହିସ୍କାର କରିଛନ୍ତି । ଶ୍ରୀ ବର୍ମା ଓ ଆସ୍ଥାନାଙ୍କ ମଧ୍ୟରେ ବିବାଦ ପରେ କେନ୍ଦ୍ର ସରକାର ତାଙ୍କୁ ଛୁଟିରେ ପଠାଇଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ଶ୍ରୀ ବର୍ମା ସୁପ୍ରିମକୋର୍ଟରେ ଅପିଲ କରିଥିଲେ ଓ ତାଙ୍କୁ ୭୭ ଦିନ ପରେ ନ୍ୟାୟ ମିଳିବା ସହ ଏ ସଂପର୍କିତ ନିଷ୍ପତ୍ତି ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ନେବ ବୋଲି ଶୁଣାଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟିର ବୈଠକ ବସିଥିଲା ଓ ଉପସ୍ଥିତ ସଦସ୍ୟଙ୍କ ନିଷ୍ପତ୍ତିକ୍ରମେ ଶ୍ରୀବର୍ମାଙ୍କୁ ପଦଚ୍ୟୁତ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ କଂଗ୍ରେସର ଲୋକସଭା ସାଂସଦ ମଲ୍ଲିକାର୍ଜୁନ ଖଡ୍ଗେ ଓ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏକେ ସିିକ୍ରି ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଥାଉ କି ବର୍ମାଙ୍କ କାର୍ଯ୍ୟକାଳ ଚଳିତମାସ ୩୧ ତାରିଖରେ ଶେଷ ହେବାର ଥିଲା ।

LEAVE A REPLY

Please enter your comment!
Please enter your name here