ଦୁଷ୍କର୍ମର ଶିକାର ଶିଶୁକନ୍ୟା ଗୁରୁତର

0
54

କେନ୍ଦୁଝର: ଜଣେ ୭ ବର୍ଷର ଶିଶୁକନ୍ୟା ପ୍ରତି ହୋଇଛି ପାଶବିକ ଅତ୍ୟାଚାର। ଘରେ କେହି ନ ଥିବାର ସୁଯୋଗ ନେଇ ୧୯ ବର୍ଷୀୟ ଜଣେ ଯୁବକ ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ନେଇ ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ଝିଅଟିର ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ନୂଆଗାଁରେ ଘଟିଛି ଏଭଳି ଘଟଣା। ଏହି ଘଟଣା ପରେ ଅଭିଯୁକ୍ତ ଯୁବକ ଗଣେଶ ମୁଣ୍ଡାକୁ ଗିରଫ କରିଛି ପୋଲିସ୍‌।

ସୂଚନାଯୋଗ୍ୟ, ଶିଶୁକନ୍ୟାର ବାପା, ମା’ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ସେମାନେ ମଜୁରୀ ଲାଗିବାକୁ ବାହାରକୁ ଯାଇଥିବା ବେଳେ ଘରେ ୭ ବର୍ଷର ଝିଅ ଏକାକୀ ଥିଲା। ଏହାର ସୁଯୋଗ ନେଇ ଉକ୍ତ ନୂଆଗାଁର ଜନୈକ ଯୁବକ ଗଣେଶ ମୁଣ୍ଡା ଝିଅଟିକୁ ନଦୀକୂଳକୁ ଟେକି ନେଇ ଦୁଷ୍କର୍ମ କରିଥିଲା। ଏହାପରେ ଝିଅଟିକୁ ମୁମୂର୍ଷ ଅବସ୍ଥାରେ ସେଠାରେ ଛାଡ଼ି ଫେରାର୍‌ ହୋଇଯାଇଥିଲା। ବାପା, ମା’ ସନ୍ଧ୍ୟାରେ ଘରକୁ ଫେରିବା ପରେ ଝିଅକୁ ନ ପାଇ ଖୋଜାଖୋଜି କରିଥିଲେ। ରାତି ପ୍ରାୟ ୯ଟା ବେଳେ ସେ ଝିଅକୁ ଚେତାଶୂନ୍ୟ ଅବସ୍ଥାରେ ନଦୀକୂଳରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ଝିଅକୁ ପ୍ରଥମେ ବଡ଼ବିଲ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତା’ର ପ୍ରାଥମିକ ଚିକିତ୍ସା ପରେ ତାକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅବସ୍ଥା ଜଟିଳ ହେବାରୁ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଗୁରୁଡ଼ି ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ପ୍ରାଥମିକ ତଦନ୍ତ କରି ଅଭିଯୁକ୍ତ ଗଣେଶ ମୁଣ୍ଡାକୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here