ତିନି ଦିନ ଲାଗି ବନ୍ଦ ରହିବ ବ୍ୟାଙ୍କ

0
273

ଭୁବନେଶ୍ୱର: ପୁଣି ତିନି ଦିନ ଲାଗି ବନ୍ଦ ରହିବ ବ୍ୟାଙ୍କ | ତେବେ ବ୍ୟାଙ୍କ ସହ ଜଡିତ ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାମ ଆପଣଙ୍କର ରହିଛି, ତେବେ ଆଜି ହିଁ ଆପଣଙ୍କ କାମ ଶେଷ କରିଦିଅନ୍ତୁ । କାରଣ ଆସନ୍ତାକାଲି ଅର୍ଥାତ୍ ଶନିବାର ଠାରୁ ୩ଦିନ ଧରି ବନ୍ଦ ରହିବ ବ୍ୟାଙ୍କ । ବ୍ୟାଙ୍କ କାର୍ଯ୍ୟ ଜାନୁୟାରୀ ୧୨ ତାରିଖ ଅର୍ଥାତ କାଲିଠାରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଜାନୁୟାରୀ ୧୨ ତାରିଖ ମାସର ଦ୍ୱିତୀୟ ଶନିବାର ହୋଇଥିବା କାରଣରୁ ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । ସେହିପରି ଜାନୁୟାରୀ ୧୩ ତାରିଖ ରବିବାର ଥିବାରୁ, ସ୍ୱାଭାବିକ୍ ଭାବେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ଏହା ପରେ ଜାନୁୟାରୀ ୧୪ ତାରିଖ ଅର୍ଥାତ ସୋମବାର ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପର୍ବ ପାଇଁ ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । ତେବେ କ୍ରମାଗତ ୩ଦିନ ଧରି ବ୍ୟାଙ୍କ ଗୁଡିକ ବନ୍ଦ ରହୁଥିବାରୁ ବଜାରରେ ଅର୍ଥାଭାବ ଭଳି ସମସ୍ୟା ଦେଖାଦେଇପାରେ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ପକ୍ଷରୁ ଏଟିଏମ ଗୁଡିକରେ ମାତ୍ରାଧିକ ଟଙ୍କା ରଖାଯିବା ନେଇ ମଧ୍ୟ ଆଲୋଚନା ହେଉଥିବାର ସୂଚନା ମିଳିଛି |

LEAVE A REPLY

Please enter your comment!
Please enter your name here