ଭାରତ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ

0
46
scroll.in

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ଦେଶବ୍ୟାପୀ ୧୦ରୁ ଅଧିକ  ଟ୍ରେଡ୍ ୟୁନିୟନ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ସହ ଦୋକାନବଜାର ବନ୍ଦ ରହିଥିଲା। ଆଜି ସକାଳୁ ସକାଳୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡିଛି। ପ୍ରାୟ ୨୦କୋଟି ଶ୍ରମିକ ଧର୍ମଘଟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ ହୋଇଛନ୍ତି। ଓଡ଼ିଶାରେ ଧର୍ମଘଟକୁ ବିଜେଡିର ଶ୍ରମିକ ସାମ୍ମୁଖ୍ୟ ଓ କଂଗ୍ରେସ ସମର୍ଥନ କରିଛନ୍ତି। ବନ୍ଦକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକର ଛୁଟି ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲା ଉଚ୍ଚଶିକ୍ଷା ବିଭାଗ। ବନ୍ଦ ପାଳନର ପ୍ରଥମ ଦିନରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଆଜି ବନ୍ଦ ଡାକରାର ଦ୍ୱିତୀୟ ଦିନରେ ଅଧିକାଂଶ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଜିଲ୍ଳା ଗୁଡ଼ିକର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି।

 

LEAVE A REPLY

Please enter your comment!
Please enter your name here