ବିଜେପି ଓ କଂଗ୍ରେସ ସହ ମେଣ୍ଟ କରିବ ନ।ହିଁ ବିଜେଡି:ନବୀନ

0
45

ଭୁବନେଶ୍ୱର: ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଜାତୀୟସ୍ତରରେ ବିଭିନ୍ନ ଆଞ୍ଚଳିକ ଦଳକୁ ନେଇ ମହାମେଣ୍ଟର ପ୍ରସ୍ତୁତି ଚାଲିଛି। ଗୋଟିଏ ପଟେ କଂଗ୍ରେସ ମହାମେଣ୍ଟ ନେଇ ଅଣ୍ଟା ଭିଡିଥିବା ବେଳେ ଅନ୍ୟପଟେ ପଶ୍ଚିମବଙ୍ଗ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଫେଡେରାଲ ଫ୍ରଣ୍ଟ ନେଇ ପ୍ରୟାସ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ମହାମେଣ୍ଟରେ ବିଜେଡିର ସାମିଲ ହେବା ଦେଖାଦେଇଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମେଣ୍ଟରେ ବିଜେଡି ନାହିଁ କହି ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାମେଣ୍ଟରେ ତାଙ୍କ ଦଲ ସାମିଲ ହେବ ନାହିଁ। ଦଳ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ବଜାୟ ରଖିଥିବା ନେଇ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here