କଟକ ବ।ଲିଯ।ତ୍ର। ପଡ଼ିଆରେ ଉଦ୍ବୋଧନ ଦେବେ ର।ହୁଲ ଗ।ନ୍ଧି

0
79

ଭୁବନେଶ୍ୱର: ଜାତୀୟ କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ରାହୁଲ ଗାନ୍ଧୀ ଚଳିତ ମାସ ୨୫ ତାରିଖରେ ଓଡିଶା ଗସ୍ତ ରେ ଆସି ବିଭିନ୍ନ କାର୍ୟ୍ୟକର୍ମରେ ଯୋଗଦେବା ପାଇଁ ନିଷ୍ପତି ଚୂଡାନ୍ତ ହୋଇଛି .ଏହି ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ପି.ସି.ସି. ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧକ୍ଷତା ରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି .ଏଥିରେ ଶ୍ରୀ ରାହୁଲ ଗାନ୍ଧୀଙ୍କର ବିଭିନ୍ନ କାର୍ୟ୍ୟକର୍ମ ଚୂଡାନ୍ତ ହୋଇଛି । ସେ ପ୍ରଥମେ ଭୁବନେଶ୍ବର
ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଧନା ଦିଆଯିବା ସହିତ ଏକ ଶୋଭାଯାତ୍ରାରେ ସେଠାରୁ ସଂଗୀତ ମହାବିଦ୍ୟାଳୟ ପରିସରକୁ ନିଆଯିବ.ସେଠାରେ ଓଡିଶାର ବିଶିଷ୍ଟ ବୁଦ୍ଧିଜୀବି ,ସାମାଜିକ ଅନୁଷ୍ଠାନର ନେତୃତ୍ୱ ନେଉଥିବା ଓ ବିଭିନ୍ନ ଆନ୍ଦୋଳନର କର୍ମୀ ଓ ଚାଷୀ ନେତା ମାନଙ୍କୁ ଭେଟି ଆଲୋଚନା କରିବେ ଶ୍ରୀ ରାହୁଲ ଗାନ୍ଧୀ । ସେଠାରୁ କଟକ ପର୍ୟ୍ୟନ୍ତ ଏକ ରୋଡ ଶୋ କାର୍ୟ୍ୟକର୍ମ ରେ ଯାଇ କଟକ ବାଲିଯାତ୍ରା ପଡିଆରେ ପ୍ରଥମେ ଦଳର ନେତା ଓ କର୍ମୀଙ୍କୁ ବକ୍ତବ୍ୟ ପ୍ରଦାନ କରିବେ । ଏହାପରେ ଏକ ବିଶାଳ ଜନସଭାରେ ରାଜ୍ୟବାସୀଙ୍କ ଉଦ୍ୟେଶରେ ଭାଷଣ ଦେବେ ସେଠାରେ ଭୁବନେଶ୍ୱର ଫେରି ସାମ୍ବାଦିକ ସମିଳନୀରେ ଯୋଗଦେଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆଜିର ପ୍ରସ୍ତୁତି ବୈଠକରେ ପି.ସି.ସି. ସଭାପତି ଶ୍ରୀ ପଟ୍ଟନାୟକ ଙ୍କ ସମେତ କାର୍ୟ୍ୟକାରୀ ସଭାପତି ଶ୍ରୀ ଯୁକ୍ତ ଚିରଞ୍ଜିବି ବିଶ୍ୱାଳ ,ଏଆଇସିସି ସମ୍ପାଦକ ଶ୍ରୀ ଯୁକ୍ତ ରୁଦ୍ରରାଜୁ ଯୋଗଦେଇଥିବା ବେଳେ ଅନ୍ୟ ମାନ ଙ୍କ ମଧ୍ୟରେ ଖୋର୍ଦ୍ଧା ,କେନ୍ଦ୍ରାପଡା ,କଟକ ,ଜଗସିଂହପୁର ,ଯାଜପୁର ପ୍ରମୁଖ ଉପକୂଳ ଜିଲ୍ଲା ର ଜିଲ୍ଲା ସଭାପତି ଏବଂ ଛାମୁଆ ସଂଗଠନ ସଂଗଠନ ବିଭାଗର ମୁଖ୍ୟ ମାନଙ୍କ ସହ ରାଜ୍ୟ ର ନେତୃବୃନ୍ଦ ଯୋଗଦେଇଥିଲେ ।ଶ୍ରୀ ରାହୁଲ ଗାନ୍ଧୀଙ୍କ ଏହି ଓଡିଶା ଗସ୍ତକୁ ସଫଳ କରିବା ପାଇଁ ପି.ସି.ସି. ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here