ରକ୍ତରଞ୍ଜିତ ଶୁଳିଆ ପୀଠ

0
71

ବଲାଙ୍ଗିର: ପରମ୍ପରା ଓ ବିଶ୍ୱାସ ଆଗରେ ହାର ମାନିଛି ପ୍ରଶାସନ। ଆଜି ପୁଣି ରକ୍ତରଞ୍ଜିତ ହୋଇଛି ବଲାଙ୍ଗିରର ପ୍ରସିଦ୍ଧ ଶୁଳିଆ ପୀଠ। ଶୁଳିଆପୀଠର ବଡ଼ ଖଳା ଏବଂ ସାନ ଖଳା ପଶୁପକ୍ଷୀଙ୍କ ରକ୍ତରେ ଲାଲ୍‌ ହୋଇଯାଇଛି। ଜିଲ୍ଲା ପ୍ରଶାସନ, ଶୂଳିଆ ସଂସ୍କାର ମଞ୍ଚ ତଥା ବଳୀ ବିପକ୍ଷବାଦୀଙ୍କ ସବୁ ପ୍ରଚେଷ୍ଟା ପୁଣି ଫେଲ୍‌ ମାରିଛି। ପୂର୍ବ ବର୍ଷ ଭଳି ଆଜି ବି ଶୁଳିଆ ପୀଠରେ ବଳି ପଡ଼ିଛି। ପ୍ରଶାସନର କଟକଣା ସତ୍ତ୍ବେ ଶହ ଶହ ସଂଖ୍ୟାରେ ଦିଆଯାଇଛି ପଶୁ ବଳି। ପୋଲିସ୍‌ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି ମଧ୍ୟରେ ପଶୁବଳି ଦେଇ ପୂଜା କଲେ ମାନସିକଧାରୀ।

ସକାଳୁ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା। ଖଇରଗୁଡ଼ା  ଗାଁର ବଡ଼ ଖଳା ଓ ସାନ ଖଳାରେ ବଳିଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୂଳିଆ ଯାତ୍ରାକୁ ଦୁରଦୁରାନ୍ତରୁ ଆଦିବାସୀ ସମ୍ପ୍ରଦାୟର ଶ୍ରଦ୍ଧାଳୁ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆସିଥିଲେ। ଆଦିବାସୀ ପରମ୍ପରାର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଗୋଟିଏ ଧଳା ଗଞ୍ଜା ଓ ପରେ ଛେଳି ବଳୀ ଦିଆଯାଇଥିଲା। ପରେ ଭକ୍ତ ମାନେ ମାନସିକ କରି ଆଣିଥିବା ଛେଳି, ମେଣ୍ଡା, କୁକୁଡା, ପାରା, ସହ ପୋଢ ବଳି ମଧ୍ୟ ଦିଆଯାଇଥିଲା। ଦିନ ସାରା ୨ ଖଳାରେ ବଳି ଦିଆଯାଇଥଇଲା।  ତେବେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୫ ପ୍ଲାଟୁନ୍ ପୋଲିସ୍‌ ଫୋର୍ସ, ୪ଜଣ ଡିଏସ୍‌ପି, ଆଇଆଇସି ଓ ଆଡିସନାଲ୍‌ ଏସ୍‌ପିଙ୍କୁ ମୁତୟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here