ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୧୯ ଉଦଘାଟିତ

0
81

ସୁବର୍ଣ୍ଣପୁର:(ଶରତ ମହ।ପ।ତ୍ର)ସୁବର୍ଣ୍ଣପୁର ଜିଲ୍ଲାର 26 ତମ ସୁବର୍ଣ୍ଣ ଲୋକ ମହୋତ୍ସବ-2019 ରଂଗାରଂଗ କାର୍ଯ୍ୟକ୍ରମ ଭିତରେ ଉଦଘାଟିତ ହୋଇଯାଇଛି ।ସ୍ଥାନୀୟ ଗାନ୍ଧୀ ପଡିଆର ଫକୀର ପଟ୍ଟନାୟକ ମୁକ୍ତ ମଂଚରେ ମା ସୁରେଶ୍ବରୀଙ୍କ ପାଖରେ ଦ୍ବୀପ ପ୍ରଜ୍ଜଳନ କରି ଅତିଥିମାନେ ଆନୁଷ୍ଠାନିକ ଭାବେ ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି ।ଜାନୁୟାରୀ 7 ରୁ 11 ତାରିଖ ଯାଏଁ ଚାଲିବାକୁ ଥିବା ଏହି ମହୋତ୍ସବରେ ପଲ୍ଲୀଶ୍ରୀ ମେଳା ,ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀର ଆୟୋଜନ କରାଯାଇଛି ।
ମା ସୁରେଶ୍ବରୀଙ୍କ ବନ୍ଦନାରୁ ହିଁ ଆରମ୍ଭ ହୋଇଥିଲା ସୁବର୍ଣ୍ଣପୁର ଜିଲ୍ଲାର 26 ତମ ସୁବର୍ଣ୍ଣ ଲୋକ ମହୋତ୍ସବ-2019 ।ସ୍ଥାନୀୟ ଗାନ୍ଧୀ ପଡିଆଠାରେ ଆୟୋଜିତ ହୋଇଥିବା ଏହି ମହୋତ୍ସବକୁ ଉଦଘାଟନ କରିଥିଲେ ରାଜ୍ୟ ବିଧାନ ସଭା ବାଚସ୍ପତି ପ୍ରଦୀପ ଅମାତ ।ପରେ ପରେ ଆରମ୍ଭ ହୋଇଥିଲା ମହୋତ୍ସବର ଆକର୍ଷଣ ଲୋକ ନୃତ୍ୟ ଗୀତର ମହାପାର୍ବଣ ।ଫକୀର ପଟ୍ଟନାୟକ ମୁକ୍ତ ମଂଚରେ ପ୍ରଥମ ପର୍ଯ୍ୟାୟରେ ପରିବେଷଣ ହୋଇଥିଲା ଓଡିଶୀ ନୃତ୍ୟ । ପରେ ପରେ ସମ୍ବଲପୁର ଉକିଆରୁ ଆସିଥିବା କଳାକାରମାନେ ପରିବେଷଣ କରିଥିଲେ ସମ୍ବଲପୁରୀ ଲୋକନୃତ୍ୟ ।ବିନିକାର ରୁମୁକୁ ଝୁମାନା ସାଂସ୍କୃତିକ ଦଳ ଓ ବଲାଂଗିର ଜିଲ୍ଲା ତୁଷୁରାର ପରିବେଷିତ ଘୁଡକା ଲୋକନୃତ୍ୟ ଦୀର୍ଘ ସମୟ ଧରି ଦେଖଣାହାରୀଙ୍କୁ ବାନ୍ଧି ରଖିପାରିଥିଲା ।ପ୍ରଥମ ସଂଧ୍ୟାରେ ଦେଖଣାହାରୀ ଯେତିକି ମନୋରଂଜନ ନେଇଥିଲେ ସେତିକି ଉତ୍ସାହିତ ଥିଲେ କଳାକାରମାନେ ।
ଏହି ସାଂସ୍କୃତିକ ସଂଧ୍ୟାର ଦ୍ବୀତିୟ ପର୍ଯ୍ୟାୟରେ ପରିବେଷଣ ହୋଇଥିଲା ପଶ୍ଚିମ ଓଡିଶାର ବିଭିନ୍ନ ଲୋକନୃତ୍ୟ ।ରସରକେଲୀ ,ଡାଲଖାଇ,ମାଏଲାଜଡ ସାଂଗକୁ ଚୁଟକୁଚୁଟା ଆଦି ପରିବେଷଣ ହୋଇଥିଲା ।ପଂଜାବରୁ ଆସିଥିବା କଳାକାରମାନେ ଭାଂଗଡା ନୃତ୍ୟ ପରିବେଷଣ କରିଥିବା ବେଳେ ପଶ୍ଚିମବଂଗରୁ ଆସିଥିବା କଳାକାରମାନେ ଆକର୍ଷଣୀୟ ଲୋକନୃତ୍ୟ ପରିବେଷଣ କରିଥିଲେ ।ଏହି ମହୋତ୍ସବର ପ୍ରଥମ ସଂଧ୍ୟାରେ ଦେଖଣାହାରୀ ,କଳାକାର ଓ ଆୟୋଜକ ମନଭରି ଉପଭୋଗ କରିଥିବା ବେଳେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଚତୁର୍ଥଶ୍ରେଣୀ କର୍ମଚାରୀଯାଏଁ ସଭିଏଁ ସାଂସ୍କୃତିକ କାର୍ଯ୍ୟକ୍ରମର ଶେଷ ଯାଏଁ ଉପସ୍ଥିତ ଥିଲେ ମହୋତ୍ସବ ପଡିଆରେ ।
ପ୍ରଥମ ସଂଧ୍ୟାରୁ ହିଁ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଓ ପଲ୍ଲିଶ୍ରୀ ମେଳାର ଷ୍ଟଲ ଗୁଡିକରେ ଦେଖଣାହାରୀଙ୍କ ଭିଡ ଦେଖିବାକୁ ମିଳିଥିଲା ।ସୁବର୍ଣ୍ଣ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା ବିଳମ୍ବିତ ରାତିଯାଏଁ ।ଆଜି ସ୍ଥାନୀୟ ପଏଁରୀର ଲୋକନୃତ୍ୟ ଓ ଆସାମର ବିହୁ ଲୋକନୃତ୍ୟ ମହୋତ୍ସବର ମୁଖ୍ୟ ଆକର୍ଷଣ ହେବ ।

LEAVE A REPLY

Please enter your comment!
Please enter your name here