ଭ।ରତ ବନ୍ଦ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ

0
33

ନୂଆଦିଲ୍ଲୀ  : ବାମଦଳ ସମର୍ଥିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇଦିନିଆ ଭାରତବନ୍ଦ ଡାକରା ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଏହା ଉପରେ ବ୍ୟାଙ୍କ୍ କର୍ମଚାରୀ ଙ୍କ ଧର୍ମଘଟ ଲୋକଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି। ବନ୍ଦ୍ ର ପ୍ରଭାବ ବିଭିନ୍ନ ସ୍ଥାନ ରେ ଦେଖିବାକୁ ମିଳିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ବର କିମ୍ବା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏଥିରୁ ବାଦ୍ ପଡ଼ିନାହିଁ। ବିଭିନ୍ନ ସ୍ଥାନ ରେ ଗାଡି ମୋଟର ଅଟକି ରହିବା ସହ କେତେକ ସ୍ଥାନ ରେ ରେଳ ରୋକ୍ କରା ଯାଇଛି। ଏହି ବନ୍ଦ ମଙ୍ଗଳବାର ଓ ବୁଧବାର ୨ ଦିନ ଧରି ଚାଲିବ । ଏହି ବନ୍ଦରେ କେବଳ ବ୍ୟାଙ୍କ ନୁହେଁ ବରଂ ବସ୍, ଟ୍ରେନ୍, ଅଟୋ ସେବା ବନ୍ଦ ରହିବା ସହିତ ଦୋକାନ ବଜାର ବନ୍ଦ ରହିବ। ବନ୍ଦ ଫଳରେ କୋଟି କୋଟି ଟଙ୍କାର କାରବାର ପ୍ରଭାବିତ ହେବାର ଆସନ୍ତା ପ୍ରକାଶ ପାଇଛି । ଶ୍ରମିକ ସଂଗଠନମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୋଧରେ ୨ ଦିନିଆ ଭାରତ ବନ୍ଦ ଡାକରାର ଆହ୍ୱାନ ଦେଇଛନ୍ତି । ଦୁଇଦିନିଆ ଭାରତ ବନ୍ଦକୁ ଆଖିଆଗରେ ରଖି ରାଜ୍ୟ ସରକାର ମଙ୍ଗଳବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ସ୍କୁଲ ସହିତ କଲେଜ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here