ଚ।ଷିର ଲଢେ଼ଇରେ ବିଜେଡି ସର୍ବଦା ଆଗରେ:ନବୀନ

0
51

ନୂଆଦିଲ୍ଲୀ, : ଚାଷୀଙ୍କ ଉନ୍ନତି ପାଇଁ ଲଢେଇ ଜାରି ରହିଛି। ଚାଷୀ ଙ୍କୁ ସେମାନଙ୍କ ହକ ନ ମିଳିବା ପର୍ଯ୍ୟନ୍ତ ବିଜେଡ଼ି ଲଢେଇ ଜାରୀ ରହି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ବିଜେଡ଼ି ପକ୍ଷରୁ କୃଷକ ଅଧିକାର ସମାବେଶ ରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଵମିନଥନ୍ କମିଟି ରିପୋର୍ଟ ଲାଗୁ କରିବାକୁ ଦାବି ଜଣାଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନର ଦେଢଗୁଣା କିମ୍ବା କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରିବା ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଓଡ଼ିଶାର ଦାବିକୁ କେନ୍ଦ୍ର ସରକାର ଅବହେଳା କରୁଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ରେ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଥିବା କହିଛନ୍ତି। ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି ମର୍ମରେ ଏକ ସ୍ମାରକପତ୍ର ଦିଆଯିବ । ପ୍ରଧାନମନ୍ତ୍ରୀ ବରଗଡ ଗସ୍ତରେ ଆସିଥିବା ବେଳେ ଧାନ ଉତ୍ପାଦନର ଦେଢଗୁଣା ଏମ୍ଏସ୍ପି ଦିଆଯିବ ବୋଲି ଘୋଷଣା କରିଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ୨୯୩୦ ଟଙ୍କା ବଦଳରେ ଏମ୍ଏସ୍ପି ୧୫୭୦ ଟଙ୍କା କରିଛନ୍ତି । ଯାହାକୁ ନେଇ ବିଜେଡ଼ି ବାରମ୍ବାର ଆପତ୍ତି କରିଆସୁଛି । ରାଷ୍ଟ୍ରପତି ଭବନକୁ ବିଜେଡ଼ି ପ୍ରତିନିଧି ଦଳ ସନ୍ଧ୍ୟା ରେ ଯିବ । ଏଥିରେ ବିଜେଡ଼ିର ସମସ୍ତ ସାଂସଦ, ମନ୍ତ୍ରୀ, ବିଧାୟକ ଓ ଅନ୍ୟ ନେତୃବୃନ୍ଦ ଯୋଗଦେବେ । ସୂଚନାଯୋଗ୍ୟ ଯେ, ଓଡ଼ିଶା ବିଧାନସଭାରେ ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସର୍ବସମ୍ମତ କ୍ରମେ ସଂକଳ୍ପ ଗୃହୀତ ହେବା ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ କରାଯାଇଥିଲା । ଏଥିରେ ବିଜେଡ଼ି, କଂଗ୍ରେସ ଓ ବିଜେପିର ବିଧୟକମାନେ ସଦସ୍ୟ ରହିଛନ୍ତି । ତେବେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଗୃହକମିଟିକୁ ଭେଟିବାୂ ପାଇଁ ସମୟ ଦେଲେ ନାହିଁ । ବିଧାନସଭା ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ କିଛି ପଦକ୍ଷେପ ନେଲେ ନାହିଁ । ତେବେ ବିଜେଡିର ଦିଲ୍ଲୀରେ ଏହି ଶକ୍ତି ପ୍ରଦର୍ଶନ ଜାତୀୟ ରାଜନୀତିରେ ଏକ ନୂଆ ସମିକରଣ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here