କ।ଳିଆ ଲଗ।ଉଛି “କଳି”

0
128

ଭୁବନେଶ୍ୱର: ର।ଜ୍ୟରେ କ।ଳିଆ ଯୋଜନାକୁ ନେଇ ବିଭିନ୍ନ ସ୍ଥାନରେ କଳି, ଝଗଡ଼। ଅସନ୍ତୋଷ ଦେଖିବ।କୁ ମିଳିଛି ।

 

‘କାଳିଆ’ ଯୋଜନାରେ ହିତାଧିକାରୀ ସବୁଜ ଫର୍ମ ପାଇଁ ରାଜ୍ୟର  ବାଲିକୁଦା, ବାଲେଶ୍ୱର, ଘଷିପୁୁର।,ବଣାଇ ଓ ଜଳେଶ୍ୱରରେ ଝାମେଲା ହେବା ସହ ପାଟିତୁଣ୍ଡ  ହୋଇଛି ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ପଞ୍ଚାୟତରେ ପାଟିତୁଣ୍ଡ ହୋଇଛି । ଫର୍ମ ମିଳିବାରେ ବିଳମ୍ବ ଯୋଗୁଁ ଶତାଧିକ ହିତାଧିକାରୀ ପାଟିତୁଣ୍ଡ କରିଥିଲେ । ସେହିପରି ବାଲେଶ୍ୱର ସଦର ବ୍ଲକ ଗୋପୀନାଥପୁରରେ ହିତାଧିକାରୀ ଫର୍ମ ପାଇଁ ଉତ୍ତ୍ୟକ୍ତ ଲୋକେ ଆରଆଇଙ୍କୁ ତାଲା ପକାଇ ଦେଇଥିବା ଜଣାଯାଇଛି । ଫର୍ମ ବଣ୍ଟନ ପାଇଁ ବିଳମ୍ବରେ ଆସିବା ଯୋଗୁଁ ମହିଳାମାନେ ଆରଆଇଙ୍କୁ ଅଟକ ରଖିଥିବା ଜଣାଯାଇଛି । ସେହିପରି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଏରଡଙ୍ଗରେ ହିତାଧିକାରୀମାନେ ରାସ୍ତାରୋକ କରିଛନ୍ତି ।

ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଜଗତିପୁରରେ ନୋଡାଲ ଅଫିସରଙ୍କୁ ଲୋକେ ଅଟକ ରଖିଥିବା ଜଣାଯାଇଛି । ଏହାଛଡ଼ା ବଣାଇ ରଜାମୁଣ୍ଡାରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ଅନ୍ୟପଟେ ଘଷିପୁର। ର ଅଳତୀ ପଞ୍ଚାୟତ ସମେତ ଅନେକ ସ୍ଥାନରେ ବିଶୃଙ୍ଖଳା ଦେଖା ଦେଇଛି । ପୂର୍ବରୁ ବଛ। ହୋଇଥିବ। ବେନଫିସିଆରି କେଉଁ ଆଧାରରେ ଚୟନ କର।ଯ।ଇଛି ତ।କୁ ନେଇ ପ୍ରଶ୍ନବ।ଚି ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here