ଭାଜପା ଏବଂ ଶିବସେନା ମଧ୍ୟରେ ଫାଟ

0
155

ମୁମ୍ବାଇ: ଆସନ୍ତା ଲୋକସଭା ନିର୍ବାଚନ ଓ ମହାରାଷ୍ଟ ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମଧ୍ୟରେ ମେଣ୍ଟ ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ଉଭୟ ଦଳ ଉଭୟ ଦଳକୁ ଟାର୍ଗେଟ୍‌ କରି ମତଦେବା ଏପରି ଆଶଙ୍କା ସୃଷ୍ଟି କରିଛି। ଲାଟୁର, ଓସମାନାବାଦ ଓ ନାନ୍ଦେଦ୍‌ ପରି ଅଞ୍ଚଳରେ ଅନୁଷ୍ଠିତ ସାଧାରଣ ସଭାଗୁଡ଼ିକରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି ଯେ ଆମ ସହ ସହଯୋଗୀ ଶିବସେନା ମେଣ୍ଟ କଲେ ବିଜୟୀ ହୋଇ ପାରିବ। ଆମ ସହ ମେଣ୍ଟ ନ କଲେ ଆମେ ଶିବସେନାକୁ ହରାଇବୁ ବୋଲି ଶାହ କହିଛନ୍ତି। ଏଥିସହ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟରେ ଥିବା ୪୮ଟି ଲୋକସଭା ଆସନ ମଧ୍ୟରୁ ଯେପରି ୪୦ଟିରେ ବିଜୟୀ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସେ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି।

କେବଳ ଶାହ ନୁହନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ବୀସ ମଧ୍ୟ ଏପରି କହିଛନ୍ତି। ଫଡନବୀସ୍‌ କହିଛନ୍ତି ଯେ କେହି ଶିବସେନା ସହ ମେଣ୍ଟ ହେବା ନ ହେବା ନେଇ ଦ୍ବନ୍ଦ୍ବରେ ଦ୍ବନ୍ଦ୍ବରେ ରୁହନ୍ତୁ ନାହିଁ। ନିର୍ବାଚନରେ ବିଜୟୀ ହେବା ପାଇଁ ଏବେଠୁ କାର୍ଯ୍ୟ କରନ୍ତୁ। ଶାହ ଆହୁରି କହିଛନ୍ତି ଯେ ୨୦୧୪ରେ ଆମେ ଉତ୍ତର ପ୍ରଦେଶରେ ୮୦ଟିରୁ ୭୩ଟି ଆସନରେ ବିଜୟୀ ହୋଇଥିଲୁ। ଏଥର ଏସ୍‌ପି-ବିଏସ୍‌ପି ମେଣ୍ଟ ହେଲେ ବି ଆମେ ୭୪ଟି ଆସନରେ ବିଜୟୀ ହେବା ନେଇ ଆଶା ରଖିଛୁ।

୨୦୧୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆମ ଦଳକୁ ୧୨୨ଟି ଆସନ ମିଳିଥିଲା। ରାଜ୍ୟର ଦେଢ଼କୋଟି ଲୋକ ଆମକୁ ସମର୍ଥନ କରିଥିଲେ। ଏହି ସଂଖ୍ୟା କିପରି ଭାବେ ୨ କୋଟିକୁ ବୃଦ୍ଧି ପାଇବ ସେଥିପାଇଁ କର୍ମୀମାନେ ଲାଗି ପଡ଼ନ୍ତୁ ବୋଲି ଶାହ ଆହ୍ବାନ ଦେଇଛନ୍ତି। ଶାହ ଓ ଫଡନବୀସ୍‌ଙ୍କ ଏପରି ମନ୍ତବ୍ୟକୁ ନେଇ ଶିବସେନା କହିଛି ଯେ ବିଜେପି ୪୮ରୁ ୪୦ ଆସନ କେବଳ ଇଭିଏମ୍‌ ଟାମ୍ପରିଂ କରି ଜିତିପାରିବ। ନଚେତ ଲୋକଙ୍କ ଭୋଟ୍‌ ନେଇ କେବେ ଜିତି ପାରିବ ନାହିଁ।

LEAVE A REPLY

Please enter your comment!
Please enter your name here