ପ୍ରଦୀପ ମହ।ରଥି ନୁହଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ:କଂଗ୍ରେସ

0
46

ଭୁବନେଶ୍ୱର: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ବି ପିପିଲି ପୀଡ଼ିତା ଇସ୍ୟୁ ଥମୁନାହିଁ। ଆଜି କଂଗ୍ରେସ ଦଳ ଏ ପ୍ରସଙ୍ଗ ନେଇ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛି। କଂଗ୍ରେସ କହିଛି ମହାରଥୀଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଚାଲ୍‌। ମହାରଥୀଙ୍କୁ ଇସ୍ତଫା ପାଇଁ କହି ବିଜେଡି ଏଥିରୁ ମୁକୁଳି ପାରିବ ନାହିଁ। ଏ ମାମଲାରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ସେହିଭଳି ଜଷ୍ଟିସ ପି.କେ. ମହାନ୍ତିଙ୍କ ରିପୋର୍ଟକୁ ବି ସାର୍ବଜନୀନ କରିବାକୁ ଦଳ ଦାବି କରିଛି। କମିଶନଙ୍କ ସୁପାରିସ୍‌ ଅନୁଯାଇ କାର୍ଯ୍ୟାନୁଷ୍ଠାନ ସହ ଘଟଣାର ସାନି ତଦନ୍ତ କରିବାକୁ ବି କଂଗ୍ରେସ ଦାବି କରିଛି। ତଦନ୍ତକାରୀ ଡିଏସପି ଓ କ୍ରାଇମବ୍ରାଞ୍ଚର ଭୂମିକା ସନ୍ଦେହଜନକ ହୋଇଥିବାରୁ ଘଟଣାର ଆଉ ଥରେ ତଦନ୍ତ ହେଲେ ହିଁ ସତ୍ୟ ପଦାକୁ ଆସିବ ବୋଲି ପିସିସି ଗଣମାଧ୍ୟମ ବିଭାଗ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here