Friday, March 22, 2019
Home ଦେଶ ବିଦେଶ ୪ ବିମାନ ଜରୁରୀ ଅବତରଣ

୪ ବିମାନ ଜରୁରୀ ଅବତରଣ

0
57

ନୂଆଦିଲ୍ଲୀ : ରବିବାର ସଂନ୍ଧ୍ୟାଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ୪ଟି ବିମାନର ଜରୁରୀ ଅବତରଣ ହୋଇଛି । ତେବେ ଏହି ଘଟଣାରେ କୌଣସି ଯାତ୍ରୀ ହତାହତ ହୋଇ ନଥିବା ଖବର ମିଳିଛି । ରବିବାର ଏୟାର ଇଣ୍ଡିଆର ଏକ୍ସପ୍ରେସ ଆଇଏକ୍ସ-୨୪୭ ମୁମ୍ବାଇ ବିମାନବନ୍ଦରରେ ହାଇଡ୍ରୋଲିକ୍ ବିଫଳ ହେବା କାରଣରୁ ଜରୁରୀ ଅବତରଣ କରିଥିଲା । ଏହି ବିମାନ ମୁମ୍ବାଇରୁ ଦୁବାଇ ଅଭିମୁଖେ ଯାତ୍ରା କରିବାର ଥିଲା । ରବିବାର ଦିନ ୧୦ଟା ବେଳେ ହଂକଂ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସ୍ପାଇସ୍ଜେଟ୍ ବିମାନ ଇଞ୍ଜିନ୍ରେ ତ୍ରୁଟି ଯୋଗୁଁ ବାରାଣସୀ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ବିମାନରେ ୧୪୦ରୁ ଊଦ୍ଧ୍ୱର୍ ଯାତ୍ରୀ ଥିଲେ । ସେହିପରି ଶନିବାର ରାତ୍ର ୧୦ଟା ୩୫ରେ ବ୍ୟାଙ୍କକ୍ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୩୩୫ରୁ ତେଲ ଲିକ୍ କରିବା ପରେ ଏହାକୁ କୋଲକାତାର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ଶନିବାର ରାତିରେ କୋଲକାତାରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋର ଏକ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ଏହାକୁ ଟେକ୍ ଅଫ୍ କରାଯିବାର ତୁରନ୍ତ ପରେ ସେହି ବିମାନବନ୍ଦରରେ ଅବତରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here