ର।ଜ୍ୟର ଚ।ଷୀଙ୍କ ଦାବି ଉପସ୍ଥାପନ ଲାଗି ବିଜୁ କୃଷକ ଜନତା ଦିଲ୍ଲୀ ଅଭିମୁଖେ ଯ।ତ୍ର। କଲ।

0
57

ଭୁବନେଶ୍ୱର ଗତକାଲି ବିଜୁ କୃଷକ ଜନତା ଦଳ ପକ୍ଷରୁ ନୂଆଦିଲ୍ଲୀରେ ୮ ତାରିଖ ମଙ୍ଗଳବାର ଦିନ ଧାରଣା ଓ ବିକ୍ଷୋଭ କରିବା ନିମନ୍ତେ ଦଳ ବ।ହ।ରିଛି । ରାଜ୍ୟର କୃଷକନେତା, ବିଧାୟକ, ମନ୍ତ୍ରୀ, ସାଂସଦ ଓ ପଞ୍ଚାୟତ ପ୍ରତିନିଧିମାନେ ଦିଲ୍ଲୀ ଅଭିମୁଖେ ‘କୃଷକ ଅଧିକାର ଯାତ୍ରା’ କରିଛନ୍ତି । ଏହି ଯାତ୍ରାର ଶୁଭାରମ୍ଭ ବିଧାନସଭା ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ବିଧାୟକ, ସାଂସଦଙ୍କ ଉପସ୍ଥିତିରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ବିଜୁ କୃଷକ ଜନତା ଦଳ ମହାସଚିବ ଶ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଯାତ୍ରାରେ ରାଜ୍ୟର କୃଷକନେତା, ବିଧାୟକ, ମନ୍ତ୍ରୀ, ସାଂସଦ ଓ ପଞ୍ଚାୟତ ପ୍ରତିନିଧିମାନେ ସାମିଲ ହୋଇଛନ୍ତି । ଏକ ସ୍ୱତନ୍ତ୍ର ଟ୍ରେନ୍‍ରେ ଯାଉଥିବା ଏହି ପ୍ରତିନିଧିମାନେ ଦିଲ୍ଲୀରେ ୭ ତାରିଖ ଦିନ ପହଞ୍ôଚବେ । ୮ ତାରିଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଉଦ୍‍ବୋଧନ ଦେବେ । ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନକୁ ଯାଇ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କୁ ଭେଟି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ରଖିବାକୁ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here