୨ ହଜାର ଟଙ୍କିଆ ନୋଟ୍‌ ଛାପିବା କମ୍‌ କରିବାକୁ ନିଷ୍ପତ୍ତି ଆର୍‌ବିଆଇର ନିଷ୍ପତ୍ତି

0
38

ନୂଆଦିଲ୍ଲୀ: ୨୦୧୬ ନଭେମ୍ବରରେ ବିମୂଦ୍ରିକରଣ ପରେ ଆର୍‌ବିଆଇ ତ୍ବରିତ ପଦକ୍ଷେପ ସ୍ବରୁପ ଲୋକଙ୍କ ଅସୁବିଧା ଦୂର କରିବା ନିମନ୍ତେ ପ୍ରଥମ ଥର ପାଇଁ ୨ ହଜାର ଟଙ୍କିଆ ନୋଟ୍‌  ଛାପିବା ଆରମ୍ଭ  କରିଥିଲା। ସରକାର ରାତାରାତି ୫ ଶହ ଓ ୧ ହଜାର ଟଙ୍କିଆ ନୋଟ୍‌କୁ ଅଚଳ କରିବା ପରେ ଆର୍‌ବିଆଇ ୨ ହଜାର ଟଙ୍କିଆ ନୋଟ୍‌ ଛାପି ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଚେଷ୍ଟା କରିଥିଲା। ମାତ୍ର ଏହା ଭିତରେ ୨ ବର୍ଷ ପାର ହୋଇଥିବା ବେଳେ ଆର୍‌ବିଆଇ ନିଷ୍ପତ୍ତି ବଦଳାଇ ୨ ହଜାର ଟଙ୍କିଆ ନୋଟ୍‌ ଛାପିବା ସଂଖ୍ୟା କମ୍‌ କରିବାକୁ ଆପାତତଃ ନିଷ୍ପତ୍ତି ନେଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି।

ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ ମୋଟ ୩,୨୮୫ ନିୟୁତ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍‌ ୨୦୧୭ ମାର୍ଚ୍ଚ ସୁଦ୍ଧା ବଜାରକୁ ଛଡ଼ା ଯାଇଥିଲା। ମାତ୍ର ୨୦୧୮ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨ ହଜାର ଟଙ୍କିଆ ନୋଟ୍‌ ଛାପିବା ଅଳ୍ପ ବୃଦ୍ଧି କରାଯାଇ ୩,୩୬୩ ନିୟୁତ ଟଙ୍କା ଭିତରେ ସୀମତ ରଖାଯାଇଥିବା ଜଣାଯାଇଛି।

ସେହିପରି ତୁଳନାତ୍ମକ ଭାବେ ଦେଖିଲେ ଛପା ଯାଇଥିବା ମୋଟ୍‌ ୧୬,୦୩୭ ବିଲିଅନ୍‌ ଟଙ୍କା ମୂଲ୍ୟର ନୋଟ୍‌ ମଧ୍ୟରୁ ୨ ହଜାର ଟଙ୍କିଆ ନୋଟ୍‌ର ମୂଲ୍ୟ ୨୦୧୮ ମାର୍ଚ୍ଚ ସୁଦ୍ଧା ୩୭.୩ ପ୍ରତିଶତକୁ କମି ଆସିଛି। କାରଣ ୨୦୧୭ ମାର୍ଚ୍ଚ ସୁଦ୍ଧା ୨ ହଜର ଟଙ୍କିଆ ନୋଟ୍‌ର ମୋଟ୍‌ ମୂଲ୍ୟ ୫୦.୨ ପ୍ରତିଶତ ରହିଥିଲା। ମାତ୍ର ଆମେ ଯଦି ୨୦୧୬ର ବିମୁଦ୍ରିକରଣ ଦିନକୁ ଫେରିଯିବା ତାହେଲେ ୫ ଶହ ଓ ୧ ହଜାର ଟଙ୍କିଆ ନୋଟ୍‌ର ମୂଲ୍ୟ ମୋଟ୍‌ ଛପା ଯାଇଥିବା ଟଙ୍କା ମୂଲ୍ୟର ୮୬ ପ୍ରତିଶତ ଥିଲା। ତେଣୁ ଆର୍‌ବିଆଇ ମୋଟାମୋଟି ଭାବେ ୨ ହଜାର ଟଙ୍କିଆ ନୋଟ୍‌ ଛାପିବା କମାଇ ଦେଇ ଏହାକୁ ୫ ଶହ ନୋଟ୍‌ ଟଙ୍କିଆ ଜରିଆରେ ଭରଣା କରିବାକୁ ଚାହୁଁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here