ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ବିବାଦ: ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ୧ ମୃତ, ୨୩୫ ଗିରଫ

0
39

ଥିରୁଭନନ୍ତପୁରମ୍ : ବୁଧବାର ଦୁଇ ମହିଳା ସାବରିମାଳା ମନ୍ଦିରରେ ପ୍ରବେଶ କରିବା ଘଟଣାକୁ ନେଇ କେରଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ଚାଲିଛି ଏବଂ ରାଜ୍ୟରେ ଅସ୍ଥିରତା ଲାଗି ବିରୋଧୀ ଦଳ ପିନରାୟି ବିଜୟ ନେତୃତ୍ୱାଧୀନ ବାମ ସାମ୍ମୁଖ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ବୁଧବାର ସନ୍ଧ୍ୟାରେ ସଂଘର୍ଷ ସମୟରେ ଆହତ ହୋଇଥିବା ସାବରିମାଲା କର୍ମ ସମିତିର ଜଣେ କର୍ମୀଙ୍କ ବିଳମ୍ବିିତ ରାତ୍ରିରେ ମୃତ୍ୟୁ ଘଟିଥିଲା । ମୃତ କର୍ମୀ ହେଉଛନ୍ତି ୫୫ବର୍ଷୀୟ ଚନ୍ଦ୍ରନ ଉନ୍ନିତାନ । ପାଣ୍ଡାଲାମଠାରେ ଭାରତୀୟ ଜନତା ପାର୍ଟି ଏବଂ ଶାସକ ସିପିଆଇ (ଏମ୍) କର୍ମୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବାବେଳେ ତାଙ୍କ ମୁଣ୍ଡରେ ଢେଲାମାଡ଼ ହୋଇଥିଲା । ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କଥା ପୋଲିସ କହିଛି । ସାବରିମାଳା ମନ୍ଦିରରେ ମହିଳାମାନଙ୍କ ପ୍ରବେଶ ଘଟଣା ଯୋଗୁଁ ବିରୋଧୀ ମେଣ୍ଟ ୟୁନାଇଟେଡ଼ ଡେମୋକ୍ରାଟିକ ଫ୍ରଣ୍ଟ ଆଜି କେରଳରେ ‘କଳାଦିବସ’ ପାଳନ କରିଛି । ୟୁଡ଼ିଏଫ ବ୍ୟତୀତ କେତେକ ହିନ୍ଦୁ ସଂଗଠନ ମଧ୍ୟ ସକାଳୁ ସନ୍ଧ୍ୟାଯାଏଁ ୧୨ଘଣ୍ଟିଆ ବନ୍ଦଡାକରା ଦେଇଛନ୍ତି । ରାଜଧାନୀର ରେଳଷ୍ଟେସନ ଏବଂ ଅନ୍ୟ କେତେକ ସ୍ଥାନରେ ଅଟୋରିକ୍ସା ଏବଂ ଦୁଇଚକିଆ ଯାନ ଚଳାଚଳ କରୁଛି । କୋଝିକୋଡ଼ଠାରେ ପ୍ରତିବାଦକାରୀମାନେ ସକାଳେ ପୁରୁଣା ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ହରତାଳ ଡାକରା ଦେଇଛନ୍ତି ସାବରିମାଳା କର୍ମ ସମିତି ଏବଂ ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ । ବନ୍ଦ୍ୁ ସମର୍ଥନ କରୁଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡ଼ିଏଫ ଗୁରୁବାରକୁ କଳାଦିବସ ଭାବେ ପାଳନ କରୁଛି । କେରଳ, ମହାତ୍ମାଗାନ୍ଧି, କାଲିକଟ୍ ଏବଂ କନ୍ନୁର ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଗୁରୁବାର ଦିନ ଥିବା ସେମାନଙ୍କର ପରୀକ୍ଷା ବାତିଲ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି କେରଳର ବହୁଚର୍ଚ୍ଚିତ ତଥା ପ୍ରସିଦ୍ଧ ସବରିମାଳା ମନ୍ଦିରରେ ଶହ ଶହ ବର୍ଷର ପରମ୍ପରା ଭାଙ୍ଗିଛି । ଦୁଇଜଣ ମହିଳାଭକ୍ତ ମନ୍ଦିର ଭିତରେ ପ୍ରବେଶ କରି ଭଗବାନ ଆୟପ୍ପାଙ୍କୁ ଦର୍ଶନ କରିବା ପରେ ଏହାକୁ ନେଇ ବିବାଦ ଜୋରଧରିଛି । ଏହି ଘଟଣା ଜଣାପଡିବା ପରେ ମନ୍ଦିରକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା । ପରେ ମୁଖ୍ୟ ପୂଜକ ମନ୍ଦିର ଶୋଧ କରିବା ପରେ ପୁଣି ଥରେ ମନ୍ଦିର ଦ୍ୱାର ଖୋଲାଯାଇଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here