ସବରୀମାଲା ମନ୍ଦିର ପୂଜକଙ୍କୁ କଡ଼ା ଚେତାବନୀ

0
36
Chief Minister of Kerala Pinarayi Vijayan interview in New Delhi, Express Photo by Tashi Tobgyal New Delhi 250717

ତିରୁବନନ୍ତପୁରମ: ସବରୀମାଲାର ପ୍ରଭୁ ଅୟପ୍ପା ମନ୍ଦିରରେ ୨ ଜଣ ପ୍ରାପ୍ତବୟସ୍କା ମହିଳା ପ୍ରବେଶ କରିବାକୁ ନେଇ ରାଜ୍ୟ ସରକାର ଓ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ଏନେଇ ମନ୍ଦିର ପୂଜକଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଆପଣ ଚାହିଁଲେ ପଦ ଛାଡ଼ି ଚାଲି ଯାଇପାରନ୍ତି। ନଚେତ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅବମାନନା ଅଭିଯୋଗରେ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବେ।

ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି ଯେ ପୂଜକଙ୍କ କାର୍ଯ୍ୟ ଅଦ୍ଭୁତ। ସେ ଇସ୍ତଫା ଦେଇ ତାଙ୍କ ଦାୟିତ୍ବ ଛାଡ଼ି ଚାଲି ଯାଇପାରନ୍ତି, ନଚେତ୍‌ ରାଜ୍ୟ ସରକାର ତାଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନୋବକୁ ପଛାଇବେ ନାହିଁ। ହୁଏତ ବ୍ୟକ୍ତିଗତ ଭାବେ ପୂଜକଙ୍କୁ କୋର୍ଟଙ୍କ ନିଷ୍ପତ୍ତି ଠିକ୍‌ ଲାଗି ନ ପାରେ, ମାତ୍ର ତାଙ୍କୁ ସାମୂହିକ ଭାବେ ଏହାକୁ ଗ୍ରହଣ କରିବାକୁ ପଡ଼ିବ ବୋଲି ବିଜୟନ୍‌ ରୋକଠୋକ୍‌ ଶୁଣାଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ୨ ଜଣ ମହିଳା ଭକ୍ତ ଅୟପ୍ପା ମନ୍ଦିରକୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରବେଶ କରିଥିବାରୁ ପୂଜକ ମନ୍ଦିରର ଗର୍ଭଗୃହ ବନ୍ଦ କରି ଶୋଧନ କାର୍ଯ୍ୟ କରିଛନ୍ତି, ଯାହାକୁ ରାଜ୍ୟ ସରକାର ସମାଲୋଚନା କରିବା ସହ ଏହା କୋର୍ଟଙ୍କ ନିର୍ଦେଶର ଉଲ୍ଲଙ୍ଘନ ବୋଲି ଦର୍ଶାଇଛନ୍ତି। ଏଥିସହ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ଟ୍ରାଭାନକୋର ଦେବସ୍ବାମୀ ବୋର୍ଡ (ଟିଡିବି) କାହିଁକି ପୂଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here