ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘରୋଇ ଗାଡ଼ିକୁ ଆଉ ପାର୍କିଂ ଫି’ ଦେବାକୁ ପଡ଼ିବନି

0
48

ଭୁବନେଶ୍ବର: ଏଣିକି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘରୋଇ ଗାଡ଼ିକୁ ଆଉ ପାର୍କିଂ ଫି’ ଦେବାକୁ ପଡ଼ିବନି। ଯଦି ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ିବା ପାଇଁ ହେଉ ବା ଆଣିବାର ଥିବ, ତେବେ ପାର୍କିଂ ଫି’ ଦେବାକୁ ପଡ଼ିବନି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି। ଘରୋଇ ଗାଡ଼ି ପାଇଁ କୌଣସି ପିକ୍ଅପ୍ ଓ ଡ୍ରପ୍ ପାଇଁ କୌଣସି ସମୟସୀମା ରହିବନି। ଏଥିସହ ପାର୍କିଂ ଫି’ କିମ୍ବା ପ୍ରବେଶ ଫି’ ଆଦାୟ ହେବ ନାହିଁ। ଏନେଇ ସରକାର ଡିସେମ୍ବର ୧୦ରୁ ନୂଆ ପାର୍କିଂ ନୀତି ଆଣିଛନ୍ତି। କିନ୍ତୁ  ବାଣିଜ୍ୟିକ ଯାନ, ଟ୍ୟାକ୍ସି ଆଦି ପାଇଁ ଏହି ନିୟମ ଲାଗୁ ହେବନି ବୋଲି ଜଣାପଡ଼ିଛି।

ଏଥିସହ ବିମାନବନ୍ଦର ପରିସରରେ ଥିବା ବିମାନ, ଅନ୍ୟାନ୍ୟ ଗାଡ଼ିକୁ ସିଧାସଳଖ ନିୟନ୍ତ୍ରଣ କରିବା ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ଆଡଭାନ୍ସ ସର୍ଫେସ୍‌ ମୁଭମେଣ୍ଟ୍‌ ଗାଇଡାନ୍ସ ଆଣ୍ଡ୍‌ କଣ୍ଟ୍ରୋଲ୍‌ ସିଷ୍ଟମ୍। ଏଥିପାଇଁ ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିବା ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକ ସୂଚନା ଦେଇଛନ୍ତି। ୨୦୧୯ ସେପ୍ଟେମ୍ବର ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ନେଦରଲ୍ୟାଣ୍ଡସର ଏକ କମ୍ପାନୀ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦାୟିତ୍ୱ ନେଇଛି। ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ଏୟାର୍ ଟ୍ରାଫିକ୍‌ କଣ୍ଟ୍ରୋଲର୍ ନିଜ ସ୍କ୍ରିନ୍‌ରେ ବିମାନବନ୍ଦର ପରିସରରେ ଯାତାୟତ କରୁଥିବା ସମସ୍ତ ଏୟାରକ୍ରାଫ୍ଟ ଓ ଗାଡ଼ିକୁ ଦେଖି ପାରିବେ ଓ ଏହାର ଚଳାଚଳକୁ ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ କରିପାରିବେ। ଏପରି ବ୍ୟବସ୍ଥା ସମସ୍ତ ବୃହତ୍ ବିମାନବନ୍ଦରରେ ରହିଛି। ଆଗାମୀ ଦିନରେ ଭୁବନେଶ୍ୱର ବିମାନବନ୍ଦରରେ ଅଧିକ ବିମାନ ଚଳାଚଳ କଲେ ଏହା ବେଶ୍‌ ସହାୟକ ହେବ ବୋଲି ନିର୍ଦେଶକ କରିଛନ୍ତି।

LEAVE A REPLY

Please enter your comment!
Please enter your name here