ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଗଛରେ ପିଟିହେଲା ରୋଗୀ ସହ ହେଲପର୍‌ ମୃତ

0
44

ଭଦ୍ରକ:  ଚାନ୍ଦବାଲିରେ ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଗଛରେ ପିଟି ହେବା ଦ୍ୱାରା ରୋଗୀ ସମେତ ଆମ୍ବୁଲାନ୍ସ ହେଲପର୍‌ ପ୍ରାଣ ହରାଇଛନ୍ତି । ଚାନ୍ଦବାଲି କାଣ୍ଡଗରଡି ଗାଁର ଉପେନ୍ଦ୍ର ସାହୁଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ହସ୍ପିଟାଲ ସ୍ଥାନାନ୍ତର କରାଯାଉଥିବା ବେଳେ ଉଗତ୍ରାରା ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ ଉପେନ୍ଦ୍ର ଓ ଆମ୍ବୁଲାନ୍ସର ହେଲପର ପ୍ରମୋଦ ପରିଡା ପ୍ରାଣ ହରାଇଛନ୍ତି । ଆହତମାନେ ହେଲେ ଉପେନ୍ଦ୍ରଙ୍କ ପୁଅ ବିଜୟ ସାହୁ, ନାତି ରଞ୍ଜିତ ସାହୁ ଓ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ । ବିଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ଜଣଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ହୋଇଥିବା କୁହାଯାଉଥିବାବେଳେ ଡ୍ରାଇଭର ଫେରାର ରହିଛି । ତେବେ ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଅଗ୍ନିଶମ କର୍ମଚାରୀ ମୃତକଙ୍କୁ ଉଦ୍ଧାର କରିପାରିନଥିଲେ । ଏକ କ୍ରେନ୍‌ ସାହାଯ୍ୟ ଆମ୍ବୁଲାନ୍ସକୁ ଉଠାଇ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ତନାଘନା ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here