୧୮ରେ କଟକ ଆସିବେ ଅମିତ ଶ।ହ।

0
592

ଭୁବନେଶ୍ବର: ଅମିତ ଶ।ହ।ଙ୍କ ୧୨୦+ ମିଶନ କିପରି ସଫଳ ହେବ ସେଥିପାଇଁ ବିଜେପି ଓଡିଶା ଉପରେ ନଜର ରଖିଛି । ନରେନ୍ଦ୍ର ମୋଦୀଙ୍କ  ଓଡିଶା ଗସ୍ତ ପରେ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ  ୧୮ ତାରିଖରେ  କଟକରେ ଦଳର ଏକ ସମାବେଶରେ ଯୋଗ ଦେବାକୁ ଆସିବେ ମୋଦୀ ଗତ ମାସ ୨୪ ତାରିଖରେ ଆସିବା ପରେ ପୁଣି ଚଳିତ ମାସ ୫ ଓ ୧୬ ତାରିଖରେ ଆସୁଛନ୍ତି | ମୋଦୀଙ୍କ ଗସ୍ତ ଶେଷର ଦିନକ ପରେ ଶାହ ଆସି ପହଁଞ୍ଚିବେ | ବିଜେପି ଏବେ ପୂରା ପ୍ୟାକରେ ରହିଛି | ଦଳର ନେତାମାନେ କାର୍ଯ୍ୟକ୍ରମର ସଫଳତା ନେଇ ଲାଗି ପଡିଛନ୍ତି | ଶାହଙ୍କ ଗସ୍ତ ନେଇ ଦଳର ପ୍ରଭାରୀ ଅରୁଣ ସିଂହ ଆଜି ସୂଚନା ଦେଇଚନ୍ତି | ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ କଟକ ଆସି ଯାଇସାରିଛନ୍ତି | ଶାହ କଟକର କେଉଁଠାରେ ଦଳର କାର୍ଯ୍ୟକ୍ରମରେ ସାମିଲ ହେବେ ତାହା ସ୍ଥିର ହୋଇନାହିଁ | ମୋଦୀ ଓ ଶାହଙ୍କ ଘନଘନ ଓଡିଶା ଗସ୍ତ ବିଜେପି ନେତାଙ୍କ ମନରେେ ଜୋଶ ଆଣିଦେଇଛି ।

LEAVE A REPLY

Please enter your comment!
Please enter your name here