ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାପାଇଁ ଦ।ବିରୁ ଓହରିବ।କୁ ନିବେଦନ

0
59

ଭୁବନେଶ୍ବର:ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚଳାଇଥିବା ବିଭିନ୍ନ ସଂଗଠନ ଗୁଡିକ କ୍ଷାନ୍ତ ରହିବାପାଇଁ ଗୃହ ବିଭାଗ ପକ୍ଷରୁ ଆଜି ଏକ ପ୍ରେସ୍‍ ବିବୃତ୍ତି ଜରିଆରେ ନିବେଦନ କରାଯାଇଥିବା ଜଣ।ପଡିିିଛି । ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାପାଇଁ ଓଡିଶା ସରକାର ଲଗାତାର ଉଦ୍ୟମ ଜାରି ରହିଛି ବୋଲି କୁହ।ଯ।ଇଛିି । ରାଜ୍ୟ ସରକାର ଏ ସମ୍ବନ୍ଧରେ ବହୁବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଓ ସରକାର ସମସ୍ତ ଭିତ୍ତିଭୂମି ଏବଂ ମାନବସମ୍ବଳ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ଏ ସଂକ୍ରାନ୍ତରେ ଅନୁରୋଧ କରାଯାଇଛି । ବସ୍ତୁତଃ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାପାଇଁ କେନ୍ଦ୍ର ସରକାର ଓ ସଂସଦ ନିଷ୍ପତ୍ତି ଗ୍ରହଣ କରିଥାନ୍ତି ।ଇତି ମଧ୍ୟରେ ପଶ୍ଚିମାଞ୍ଚଳର ବିଭିନ୍ନ ସଂଗଠନ ଦ୍ୱାରା ଗ୍ରହଣ କରାଯାଇଥିବା ଆନ୍ଦୋଳନାତ୍ମକ କାର୍ଯ୍ୟକଳାପ ଯୋଗୁଁ ବିଭିନ୍ନ ସର୍ବସାଧାରଣ ସେବା, ସରକାରୀ ଏବଂ ଅଦାଲତର କାର୍ଯ୍ୟ ବହୁଳଭାବରେ ବାଧାପ୍ରାପ୍ତ ହେବା ସଂଗେ ସଂଗେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଓଡିଶା ସରକାର ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାପାଇଁ ପ୍ରତିଶ୍ରୁତିବଦ୍ଧ । ତେଣୁ ସଂଗଠନ ଓ ଅନୁଷ୍ଠାନ ଗୁଡିକ ଆନ୍ଦୋଳନରୁ କ୍ଷାନ୍ତ ରହି ଲୋକଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ଜନସେବା, ସରକାରୀ କାର୍ଯ୍ୟାଳୟ ତଥା ଅଦାଲତ ଗୁଡିକର କାର୍ଯ୍ୟ ପରିଚାଳନାରେ ପୂର୍ଣ୍ଣ ସହଯୋଗ  କରନ୍ତୁୁ ।

LEAVE A REPLY

Please enter your comment!
Please enter your name here