ନୁଆ ବର୍ଷରୁ କମିଲ। ଗ୍ୟାସ ଦର

0
200

ନୂଆଦିଲ୍ଲୀ: ଦେଶରେ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ନୂଆବର୍ଷରେ ମିଳିଛି ଭେଟି । ଯାହା ମାସକ ମଧ୍ୟରେ ଦୁଇଥର ଗ୍ୟାସ ଦର ହ୍ରାସ ହେଲାଣି । ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ପିଛା ୫.୯୧ ପଇସା ଶସ୍ତା ହୋଇଛି । ସେହିପରି ବିନା ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡର ପିଛା ୧୨୦ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଗ୍ୟାସ କମ୍ପାନୀ ଆଇଓସିଏଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜିଠାରୁ ଏହି ସୁବିଧା ଗ୍ରାହକମାନଙ୍କୁ ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ୧୪.୨ କିଲୋଗ୍ରାମ ସିଲିଣ୍ଡର (ସବସିଡଯୁକ୍ତ) କିଣିବା ପାଇଁ ୪୯୫ ଟଙ୍କା ଗ୍ରାହକଙ୍କୁ ଦେବାକୁ ପଡ଼ିବ ଯାହା ଆଗରୁ ୫୦୦ ଟଙ୍କା ୯୦ ପଇସା ଦେବାକୁ ପଡୁଥିଲା । ଏହା ପୂର୍ବରୁ ସବସିଡଯୁକ୍ତ ସିଲିଣ୍ଡର ପିଛା ୬.୫୨ ପଇସା ହ୍ରାସ ହୋଇଥିଲା । ଆଇଓସିଏଲ ପକ୍ଷରୁ କୁହାଯାଇଛି ଯେ, ଅନ୍ତରାଷ୍ଟ୍ରୀୟସ୍ତରରେ ଦର ହ୍ରାସ ପାଉଥିବା ସହ ଡଲାର ତୁଳନାରେ ଟଙ୍କା ମଜବୁତ ହୋଇଥିବାରୁ ସିଲିଣ୍ଡର ଶସ୍ତା ହୋଇଛି ।

LEAVE A REPLY

Please enter your comment!
Please enter your name here