ପୋଲିସ ହେପ।ଜତରେ ଗୋଲଡେନ୍ ବ।ବ।

0
43

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଗୋଲଡେନ ବାବା ଆଜି ଅପରାହ୍ନରେ ଚନ୍ଦ୍ରଶେଖର ପୁଲିସ ଗିରଫ କରିଥିବା ସୂଚନା ମିଳିଛି | ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛି ଜ୍ୟୋତିରଞ୍ଜନ ବେହୁରା ଓରଫ ଗୋଲଡେନ୍‌ ବାବା । ସୂଚନାଯୋଗ୍ୟ, ଗୋଲଡେନ୍‌ ବାବା ନିଜକୁ ବିଜେଡ଼ିର ଯୁବ ନେତା କହି ଉତ୍ତର ଭୁବନେଶ୍ୱରର ବିଭିନ୍ନ ସାମଜିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ଗୋଲଡେନ୍‌ ବାବା ନାମରେ ୧୯ଟି ଅଭିଯୋଗ ତାଙ୍କ ନାଁରେ ରହିଛି । ସେଥିମଧ୍ୟରୁ ଚେକ୍‌ ବାଉନ୍ସ, ଠକେଇ ଓ ଜମି ହେରାଫେରି ଆଦି ମାମଲା ମଧ୍ୟ ସାମିଲ ରହିଛି । ବଡ଼ବିଲ୍‌ରେ ଜଣଙ୍କୁ ନିଜର ଠକେଇ ଶିକାର ବନାଇଥିବା ବି ଗୋଲଡେନ୍‌ ବାବା ନାମରେ ଅଭିଯୋଗ ହୋଇଥିଲା । ପୁଲିସ ଅନେକ ଦିନ ହେବ ଗୋଲଡେନ୍‌ ବାବାକୁ ଖୋଜୁଥିଲା । ଗୋଲଡେନ୍‌ ବାବା ପ୍ରଥମେ ନୀଳାଦ୍ରି ବିହାରରେ ରହୁଥିଲା । ସେଠାରୁ ଫେରାର ହୋଇ କଳାରାହଙ୍ଗ ଓ ପରବର୍ତ୍ତୀ ସମୟରେ ଦିଲ୍ଲୀରେ ରହୁଥିବା ଜଣାପଡ଼ିଛି । ଗୋଲଡେନ୍‌ ବାବା ପାଖରେ ୪ଟି ଦାମୀଦାମୀ ସଉକିନ୍‌ କାର ଥିବା ପୁଲିସ ସୂଚନା ଦେଇଛି । ଥାନାରେ ଅଟକି ରଖି ଗୋଲଡେନ୍‌ ବାବାକୁ ପୁଲିସ ପଚରାଉଚରା ଜାରି ରଖିଥିବାର ସୂଚନା ମିଳିଛି |

LEAVE A REPLY

Please enter your comment!
Please enter your name here