ଘର ଉପରକୁ ବୋମାମାଡ଼

0
19

ଖୋର୍ଦ୍ଧା:: ଖୋର୍ଦ୍ଧା ବ୍ଲକ ସଭାପତି ପ୍ରକାଶ ରାଉତରାୟଙ୍କ ଗୁରୁଜଙ୍ଗ ଘର ଉପରକୁ ଶନିବାର ରାତି ପ୍ରାୟ ସାଢ଼େ ୨ଟାରେ ବୋମାମାଡ ହୋଇଛି। ଏଥିରେ ଘରର ଅଳ୍ପ କିଛି ସ୍ଥାନ ନଷ୍ଟ ହୋଇଛି। ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ରବିବାର ଭୋରରେ ପହଞ୍ଚି ତଦନ୍ତ କରୁଛି। ଘଟଣାସ୍ଥଳରୁ ବୋମାରେ ବ୍ୟବହୃତ ସୁତୁଲି ଖଣ୍ଡକୁ ଜବତ କରିଛି। ପ୍ରଥମ ବୋମାଟି ପ୍ରାୟ ସାଢ଼େ ୨ଟାରେ ପ୍ରକାଶଙ୍କ ଘର ଉପରକୁ ପକାଯାଇଥିଲା। ଶଦ୍ଦ ଶୁଣି ପ୍ରକାଶ ଘର କବାଟ ଖୋଲିବା ପରେ ଲଗାତାର ୨ ବୋମାମାଡ ସହ ଗୁଳିଚାଳନା କରାଯାଇଥିଲା। ତେବେ ପ୍ରକାଶ ବର୍ତ୍ତି ଯାଇଥିଲେ।

LEAVE A REPLY

Please enter your comment!
Please enter your name here