ପୋକ୍ସୋ ଆଇନରେ ସଂଶୋଧନ :ଶିଶୁ ଦୁଷ୍କର୍ମକାରୀଙ୍କୁ ମିଳିପାରିବ ମୃତ୍ୟୁଦଣ୍ଡ

0
25

ନୂଆଦିଲ୍ଲୀ : ଦେଶରେ ଘଟି ଚାଲିଥିବା ଲଗାତାର ଦୁଷ୍କର୍ମ ଘଟଣାରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ପୋକ୍ସୋ ଆଇନରେ ସଂଶୋଧନ ଆଣିଛନ୍ତି । ଏହା ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି । ନୂଆ ଆଇନ ଅନୁଯାୟୀ ଶିଶୁ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ । ୧୨ ବର୍ଷରୁ କମ୍ ବୟସର ନାବାଳିକାଙ୍କ ସହିତ ଦୁଷ୍କର୍ମ ଓ ହତ୍ୟାଭଳି ଗମ୍ଭୀର ଘଟଣାରେ ଦୋଷିକୁ ମୃତ୍ୟୁଦଣ୍ଡ ଉପରେ କ୍ୟାବିନେଟ୍ ମୋହର ମାରିଛି । ଏ ନେଇ କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ବୈଠକ ପରେ ସୂଚନା ଦେଇଛନ୍ତି । କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି ଯେ, ଶିଶୁମାନଙ୍କ ଉପରେ ହେଉଥିବା ଯୌନ ଅପରାଧରୁ ସେମାନଙ୍କୁ ବଞ୍ଚାଇବା ପାଇଁ ଆଇନକୁ କଡାକଡି କରାଯିବ । ଫଳରେ ଏହି ଆଇନରେ କିଛିଟା ସଂଶୋଧନ କରାଯାଇଛି । ଏବେ ନାବାଳିକା ଶିଶୁଙ୍କ ସହିତ ଦୁଷ୍କର୍ମ କରିବା କିମ୍ବା ତାଙ୍କୁ ହତ୍ୟା କରିବା ଭଳି ଘଟଣାରେ ପ୍ରମାଣ ମିଳିଲେ ଦୋଷୀକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ । ସୂଚନାଯୋଗ୍ୟ ଯେ, ପୂର୍ବରୁ କେନ୍ଦ୍ର ସରକାର ପୋକ୍ସୋ ଆଇନ ପ୍ରଣୟନ କରିଥିଲେ । ତେବେ ଦୋଷୀକୁ ମୃତ୍ୟୁଦଣ୍ଡ ଦେବା ନେଇ ଏଥିରେ ବ୍ୟବସ୍ଥା ରହିନଥିଲା । ଫଳରେ ଦେଶରେ ଗୋଟିକ ପରେ ଗୋଟିଏ ଦୁଷ୍କର୍ମ ଘଟଣା ଘଟିଚାଲିଥିଲା । ତେବେ କ୍ୟାବିନେଟ୍ର ମଞ୍ଜୁରୀ ପରେ ଏଣିକି ଏହାର ପ୍ରଭାବ ଦୁଷ୍କର୍ମକାରୀଙ୍କ ଉପରେ ପଡିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here