ଧରାପଡିଲା ସେନାର ତଥ୍ୟ ଲିକ୍ ପାଇଁ ଚକ୍ରାନ୍ତ

0
62

ହାଇଦ୍ରାବାଦ୍ : ଦୁଇ ଦିନ ତଳେ ନୂଆଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ଆଇଏସ୍ଆଇଏସ୍ ଲିଙ୍କ୍ ଅଭିଯୋଗରେ ଏନ୍ଆଇଏ ଦ୍ୱାରା ଗିରଫ ହୋଇଥିବା ଆତଙ୍କବାଦୀଙ୍କ ସମ୍ପର୍କରେ ନୂଆ ନୂଆ ତଥ୍ୟ ଲୋକ ଲୋଚନକୁ ଆସୁଛି । ଜମ୍ମୁକଶ୍ମୀରରେ ଥିବା ସେନାର ଗୋଇନ୍ଦା ବିଭାଗ ତେଲେଙ୍ଗାନା ପୋଲିସ ସହାୟତାରେ ଶୁକ୍ରବାର ରାତିରେ ହାଇଦ୍ରାବାଦରେ ଥିବା ଏକ ଇଣ୍ଟରନେଟ୍ ଏକ୍ସଚେଞ୍ଜରେ ଚଢ଼ଉ କରିଛି । ଧରାପଡ଼ିଥିବା ଆତଙ୍କବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଏହି ଚଢ଼ଉ କରାଯାଇଥିଲା । ଏହି ଆତଙ୍କବାଦୀଙ୍କ ମାଷ୍ଟରମାଇଣ୍ଡ କୁହାଯାଉଥିବା ଅଭିଯୁକ୍ତଙ୍କଠାରୁ ପୋଲିସ ପ୍ରଚୁର ପରିମାଣର ସିମ୍ ବକ୍ସ, ଡିଭାଇସ୍, ଓ ସିମ୍ କାର୍ଡ ଜବତ କରିଛି । ସେମାନେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ କାମ କରୁଥିବା ସନ୍ଦେହ କରାଯାଉଛି । ଏହି ଏକ୍ସଚେଞ୍ଜ ମାଧ୍ୟମରେ ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ପଠାଯାଉଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି ।

LEAVE A REPLY

Please enter your comment!
Please enter your name here