ଜିଓ ହାପି ନ୍ୟୁ ଇୟର ଅଫର – ୩୯୯ ଟଙ୍କା ରିଚାର୍ଜରେ ଶତ ପ୍ରତିଶତ କ୍ୟାସବ୍ୟାକ

0
61

ନୂଆଦିଲ୍ଲୀ: ଦେଶର ଟେଲିକମ୍‌ କ୍ଷେତ୍ରରେ ଅନ୍ୟ କମ୍ପାନୀମାନଙ୍କୁ ବେଶ୍‌ ପଛରେ ପକାଇ ଦେଇଥିବା ରିଲାଏନ୍ସ ଜିଓ ଆଗାମୀ ୨୦୧୯ ବର୍ଷକୁ ସ୍ବାଗତ କରି ତା’ର ଗ୍ରାହକମାନଙ୍କ ସକାଶେ ହ୍ୟାପି ନ୍ୟୁ ଇୟର୍‌ ଅଫର୍‌ ଘୋଷଣା କରିଛି। ଶୁକ୍ରବାର କମ୍ପାନୀ ପକ୍ଷରୁ ଏହି ଅଫର୍‌ ଘୋଷଣା କରାଯାଇଥିବା ବେଳେ କୌଣସି ଗ୍ରାହକ ୩୯୯ ଟଙ୍କାର ରିଚାର୍ଜ କଲେ ସମ୍ପୂର୍ଣ୍ଣ ରାଶି କ୍ୟାଶ୍‌ବ୍ୟାକ୍‌ ଆକାରରେ ପାଇପାରିବ ବୋଲି କୁହାଯାଇଛି। ତେବେ କ୍ୟାଶ୍‌ବ୍ୟାକ୍‌ ଭାବେ ଗ୍ରାହକମାନଙ୍କୁ ଉକ୍ତ ପରିମାଣର ଆଜିଓ କୁପନ୍‌ ମିଳିବ, ଯାହାକୁ ଗ୍ରାହକମାନେ ଉପଯୋଗ କରିପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅଫର୍‌ର ଫାଇଦା ପାଇବା ପାଇଁ ଜଣେ ଗ୍ରାହକଙ୍କୁ ସର୍ବପ୍ରଥମେ ୩୯୯ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ। ଏହାପରେ ରିଲାଏନ୍ସ ପକ୍ଷରୁ ୩୯୯ ଟଙ୍କାର ଆଜିଓ କୁପନ୍‌ ମାଇଁଜିଓ ଆପ୍ଲିକେସନ୍‌ର ମାଇଁକୁପନ୍ସ ସେକ୍‌ସନରେ ଦାଖଲ କରିଦିଆଯିବ। ଏହି କୁପନ୍‌କୁ ଗ୍ରାହକମାନେ ଇ-ଶପିଙ୍ଗ କମ୍ପାନୀ ଆଜିଓ ଆପ୍‌ ତଥା ୱେବ୍‌ସାଇଟ୍‌ ମାଧ୍ୟମରେ ଖରିଦାରୀ ବେଳେ ବ୍ୟବହାର କରିପାରିବେ। ଅବଶ୍ୟ ଏଥିପାଇଁ ଗ୍ରାହକଙ୍କୁ ଆଜିଓରୁ ଅତି କମ୍‌ରେ ଏକ ହଜାର ଟଙ୍କାର ଖରିଦାରୀ କରିବାକୁ ପଡ଼ିବ। ଏହି ଅଫର୍‌ ଜିଓ କମ୍ପାନୀର ପୁରୁଣା ଓ ନୂଆ ଉଭୟ ବର୍ଗର ଗ୍ରାହକଙ୍କୁ ମିଳିପାରିବ। ଶୁକ୍ରବାରଠାରୁ ଏହି ଅଫର୍‌ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଜାନୁଆରୀ ୩୧ ତାରିଖରେ ଶେଷ ହେବ। ସେହିପରି ଗ୍ରାହକମାନେ ପାଇବାକୁ ଥିବା କୁପନ୍‌କୁ ମାର୍ଚ୍ଚ ୧୫ ସୁଦ୍ଧା ଉପଯୋଗ କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here