ଖୋଲିଲା ସିଂହ ଦ୍ବାର ସ୍ବ।ଭ।ବିକ ହେଲା ନିତିକ।ନ୍ତି: ବିଳମ୍ବିତ ର।ତିଯ।ଏଁ ଚ।ଲିବ ଦର୍ଶନ

0
42

ପୁରୀ : ଶେଷରେ ଖୋଲିଛି ଶ୍ରୀମନ୍ଦିରର ଭିତର କବାଟ। ଦିନ ସାରା ଚରମ ବିଶୃଙ୍ଖଳା ପରେ କିଛି ସମୟ ପୂର୍ବରୁ ବଡଦେଉଳ ଦ୍ୱାର ଫିଟାଯାଇଛି। ଏଥିସହ ଦୀର୍ଘ ୧୨ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ଆରମ୍ଭ ହୋଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ପୁଲିସ-ସେବାୟତ ମଧ୍ୟରେ ବିବାଦ ଯୋଗୁଁ  ଆଜି ଭୋର୍‌ରୁ ଖୋଲି ନ ଥିଲା ବଡ଼ଦେଉଳ ଦ୍ୱାର। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଥିଲେ। ସିଂହଦ୍ୱାର ଆଗରେ ଅପେକ୍ଷା କରି ରହିଥିଲେ ହଜାର ହଜାର ଭକ୍ତ। ଭିତର କବାଟ ନ ଖୋଲିବାରୁ ଉତ୍ତ୍ୟକ୍ତ ହୋଇପଡିଥିଲେ ଭକ୍ତମାନେ। ପରେ ସେମାନେ ଲୁହା ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପଶିଥିଲେ। ଗତକାଲି ପୁଲିସ-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ ମାଡ଼ରେ ସେବାୟତ ଆହତ ନେଇ ଅଭିଯୋଗ ହୋଇଥିଲା। ବିଳମ୍ବିତ ର।ତିଯ।ଏଁ ଦର୍ଶନ ଚ।ଲିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here