ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ କେସିଆର

0
114

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ କେସିଆର ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରି ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ବେଳେ କେସିଆର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ରାଜ୍ୟର ବିଭିନ୍ନ ଦାବି ସମ୍ପର୍କରେ ଜଣାଇଛନ୍ତି। କେତୋଟି ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା, କରିମନଗରରେ ଆଇଆଇଟି ଖୋଲିବା ଓ ତେଲେଙ୍ଗାନା ପାଇଁ ସ୍ବତନ୍ତ୍ର ଭାବେ ଏକ ହାଇକୋର୍ଟ ପ୍ରତିଷ୍ଠା କରିବା ପାଇଁ କେସିଆର ଦାବି କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ କେସିଆର ଦୁଇ ଦିନ ତଳେ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ  କରି ଅଣକଂଗ୍ରେସ ଓ ଅଣବିଜେପି ଦଳଗୁଡ଼ିକୁ ନେଇ ଫେଡେରାଲ ଫ୍ରଣ୍ଟ ଗଠନ ନେଇ ଉଦ୍ୟମ କରିଥିଲେ। ପରେ ପରେ ସିଧା କୋଲକାତା ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ନେଇ ରାଜନୈତିକ ଚର୍ଚ୍ଚା ଆଲୋଚନା ହୋଇଛି।

ଦିଲ୍ଲୀରେ କେସିଆର ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ମଧ୍ୟ ସାକ୍ଷାତ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେଏସ୍‌ପି ମୁଖ୍ୟ ଅଖିଳେଶଙ୍କ ସହ ହାଇଦ୍ରାବାଦରେ ତାଙ୍କର ସାକ୍ଷାତ ଆଲୋଚନା ହେବ ବୋଲି କହିଛନ୍ତି। ଏପକରି ମୁଲାୟମଙ୍କୁ ମଧ୍ୟ ସାକ୍ଷତ କରି କେସିଆର ଆଲୋଚନା କରିବା ନେଇ ଲକ୍ଷ୍ୟ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here