ଆସନ୍ତା ୨୦୧୯ ନିର୍ବାଚନରେ ମୁଁ କୌଣସି ରାଜନୈତିକ ଦଳକୁ ସମର୍ଥନ କିମ୍ବା ବିରୋଧ କରିବି ନାହିଁ:ବାବା ରାମଦେବ

0
58

ମଦୁରାଇ: ଯୋଗଗୁରୁ ବାବା ରାମଦେବ କହିଛନ୍ତି ଯେ ସାମ୍ପ୍ରତ୍ତିକ ସ୍ଥିତିରେ କିଏ ଆଗାମୀ ଦିନରେ ଦେଶର ପ୍ରଧାନମନ୍ତ୍ରୀ ହେବେ, ତାହାକୁ ନେଇ ଭବିଷ୍ୟବାଣୀ କରିବା କଷ୍ଟକର। ଏଥିସହ ସେ ଆହୁରି କହିଛନ୍ତି ଯେ ତାଙ୍କର ରାଜନୀତି ଓ ଧର୍ମକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଏଜେଣ୍ଡା ନାହିଁ। ଆମେ ଆଧ୍ୟାତ୍ମିକ ଭାରତ ଓ ବିଶ୍ବ ନିର୍ମାଣ କରିବାକୁ ଚାହୁଁଛୁ। ହିନ୍ଦୁ କିମ୍ବା ସାମ୍ପ୍ରଦାୟିକ ଢ଼ାଞ୍ଚାରେ ଭାରତ ନିର୍ମାଣ କରିବାକୁ ଚାହୁଁନାହୁଁ। ଆସନ୍ତା ୨୦୧୯ ନିର୍ବାଚନରେ ସେ କୌଣସି ରାଜନୈତିକ ଦଳକୁ ସମର୍ଥନ କିମ୍ବା ବିରୋଧ କରିବେ ନାହିଁ ବୋଲି କହିଛନ୍ତି।

୨୦୧୪ ନିର୍ବାଚନରେ ବିଜେପିକୁ ସମର୍ଥନ କରିଥିବା ରାମଦେବଙ୍କ ଏପରି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କେଉଁ ପରିସ୍ଥିତିରେ ରାମଦେବ ବିଜେପିଠାରୁ ମୁହଁ ଫେରାଇ ନେଇଛନ୍ତି ତାହା ସ୍ବଷ୍ଟ ହୋଇନି। ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ପରାଜିତ ହେବା ପରେ ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ବଦଳୁଥିବା ସମୀକରଣକୁ ଦେଖି ରାମଦେବ ଏପରି ମାପିଚୁପି ମନ୍ତବ୍ୟ ଦେଇଥିବା ଅନୁମାନ କରାଯାଉଛି।

ଅଯୋଧ୍ୟାରେ ପ୍ରସଙ୍ଗରେ ରାମଦେବ କହିଛନ୍ତି ଯେ ବିଜେପି ଯଦି ରାମ ମନ୍ଦିର ନିର୍ମାଣ ନ କରେ, ତାହେଲେ ଲୋକଙ୍କ ଆସ୍ଥା ହରାଇବ। କାରଣ ନିର୍ବାଚନ ବେଳେ ବିଜେପି ରାମମନ୍ଦିର ନିର୍ମାଣ ପ୍ରତିଶ୍ରୁତି ଦେଇ ଭୋଟ୍‌ ପାଇଥିଲା। ରାମେଶ୍ବରମ୍‌ରେ ଭାରତ ସ୍ବାଭିମାନ ସମାବେଶରେ ଯୋଗଦେବାକୁ ଯିବା ଅବସରରେ ରାମଦେବ ଏପରି କହିଛନ୍ତି।

LEAVE A REPLY

Please enter your comment!
Please enter your name here