ଅଶୋଧିତ ତୈଳ ଦଳ ବ୍ୟାରେଲ୍ ପିଛା ୫୦ ଡଲାରରୁ ତଳକୁ ଖସିଲା

0
168

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟରେଲ୍ ପିଛା ୫୦ ଡଲାରରୁ ତଳକୁ ଖସିଛି । ୨୦୧୭ ଜୁଲାଇ ପରେ ଅନ୍ତର୍ଜାତୀୟ ବଜାରରେ ଏହା ସବୁଠାରୁ କମ୍ ଦର ବୋଲି ସୂଚନା ଦିଆଯାଇଛି । ଅଶୋଧିତ ତୈଳ ଦର ହ୍ରାସର ଲାଭ ଭାରତୀୟ ତୈଳ ବଜାରରେ ମଧ୍ୟ ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ପେଟ୍ରୋଲ୍ ଓ ଡିଜେଲ୍ ଦର ହ୍ରାସ ପାଇ ଚାଲିଥିବା ବେଳେ ଆଗକୁ ମଧ୍ୟ ଏହି ଦର ହ୍ରାସ ଜାରି ରହିବ ବୋଲି ଅନୁମାନ କରାଯାଉଛି । ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ଯୋଗୁଁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଙ୍କ ସଙ୍ଗଠନ (ଓପେକ୍) ପକ୍ଷରୁ ମଧ୍ୟ ତୈଳ ଉତ୍ପାଦନ କମ୍ କରାଯିବ ବୋଲି ଘୋଷଣା କରାଯାଇଥିଲା । ଫଳରେ ପେଟ୍ରୋଲ୍ ଓ ଡିଜେଲ୍ ଦର କମି ନ ପାରେ ବୋଲି ଆଶଙ୍କା ଦେଖାଦେଇଥିଲା । ଏବେ ଏହି ଆଶଙ୍କା ମଧ୍ୟ ଦୂର ହୋଇଛି । ବର୍ତ୍ତମାନ ତୈଳ ଉତ୍ପାଦନ କମ୍ କରାଯିବାର କୌଣସି ଯୋଜନା ନାହିଁ ବୋଲି ଓପେକ୍ ପକ୍ଷରୁ ଘୋଷଣା କରାଯିବା ପରେ ଏହି ସମସ୍ୟା ମଧ୍ୟ ଦୂର ହୋଇଛି । ଆଗାମୀ ଦିନରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଆହୁରୀ କମିବାର ସମ୍ଭାବନା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here