Tuesday, January 22, 2019
Home ଅପରାଧ ନାବାଳିକାକୁ ଗୁଳିକରି ହତ୍ୟା, ପ୍ରେମ ପାଇଁ ହତ୍ୟା ସନ୍ଦେହ

ନାବାଳିକାକୁ ଗୁଳିକରି ହତ୍ୟା, ପ୍ରେମ ପାଇଁ ହତ୍ୟା ସନ୍ଦେହ

0
58

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅରଡ ବଜାର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପ୍ରେମକୁ ନେଇ ଜଣେ ନାବାଳିକା ଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅରଡ ବଜାରର ସେକ ସାହାବଦ ନାମକ ଯୁବକ ନାବାଳିକାକୁ ୮ ଦିନ ତଳୁ ଘରୁ ନେଇ ପଲାଇଥିଲା । ତେବେ ଗତକାଲି ରାତିରେ ତାକୁ କେହି ହତ୍ୟା କରିଥିବା ଅଭିଯୋଗ କରି ଯୁବକ ଜଣକ ନାବାଳିକାର ପରିବାର ଲୋକଙ୍କ ପାଖରେ ଜଣାଇଥିଲେ । ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ତେବେ କିଏ କେଉଁ ପରିସ୍ଥିତିରେ ହତ୍ୟା କରିଛି ତାହ ଜଣାପଡିନି । ପୋଲିସ ମୃତ ଦେହ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରେମକୁ ନେଇ ଏହି ହତ୍ୟାକଣ୍ଡ ହୋଇଥିବା ସନ୍ଦେହ କର ଯାଇଛି।

LEAVE A REPLY

Please enter your comment!
Please enter your name here