ଚର୍ଚ୍ଚାରେ ର।ଜନେତିକ ଗ୍ରସ୍ତ

0
29

ଭୁବନେଶ୍ୱର: କିଛିଦିନ ଧରି ରାଜ୍ୟ ତଥା କେନ୍ଦ୍ର ରାଜନୀତି ସରଗରମ ହେବାରେ ଲାଗିଛି । ନିକଟରେ୫ ଟି ରାଜ୍ୟରେ ବିଜେପିର ପରାଜୟ ଦେଖିବାକୁ ମିଳିଥିବାବେଳେ ଦଳର ହାଇକମାଣ୍ଡର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ଏବେ ଓଡ଼ିଶା ରହିଛି । ଅନ୍ୟପକ୍ଷରେ ତେଲେଙ୍ଗାନାର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗୋଟିଏ ଦିନରେ ହିଁ ଓଡ଼ିଶାରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ତେବେ କିପରି ରହିବ ରାଜନୈତିକ ପାଣିପାଗ ସେ ନେଇ ରାଜ୍ୟ ରାଜନୀତିରେ ଏହା ଉପରେ ବିତର୍କ ଆରମ୍ଭ ହୋଇଗଲେଣି । କିଏ କେଉଁ ଦିଗରେ ଆଲୋଚନା କରିବ ସେ ଉପରେ ସମସ୍ତଙ୍କ ନଜର । ଆସନ୍ତାକାଲି ଓଡ଼ିଶା ଗସ୍ତରେ କେସିଆର ଆସି ସନ୍ଧ୍ୟା ୬ଘଟିକା ସମୟରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସବୁଠାରୁ ରୋଚକ କଥା ହେଉଛି ନବୀନ ନିବାସରେ ରାତ୍ରୀଯାପନ କରିପାରନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଯାହା ଆହୁରି ରାଜନୈତିକ ହଟଚମଟ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here